ନୟାପଲ୍ଲୀର ସୀତାପୁର ଓ ତ୍ରିନାଥ ବସ୍ତି କଣ୍ଟେନ୍‌ମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ନୟାପଲ୍ଲୀର ସୀତାପୁର ଓ ତ୍ରିନାଥ ବସ୍ତି କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଠାରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ  ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜିଠୁ ଏହି କଟକଣା ଲାଗୁ  କରାଯାଇଛି। ତେବେ ବିଏମ୍‌ସି ଏହି ଅଞ୍ଚଳର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ।  ସେହିପରି ଭୁବନେଶ୍ୱର ୟୁନିଟ୍-୪ ମାକେର୍ଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୟୁନିଟ୍ ୪ ମାର୍କେଟ ଓ ଏହାର ଆଖପାଖ ମାର୍କେଟକୁ ବନ୍ଦ ଘୋଷଣା କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୟୁନିଟ୍ ୪ ମାର୍କେଟ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୯ରେ ପହଞ୍ଚିଛି। ବିଭିନ୍ନ କୋଭିଡ୍ ହସପିଟାଲରେ ୫୦୪ ଜଣ ଚିକିତ୍ସିତ ହେଉଛନ୍ତି।  ସେଥିମଧ୍ୟରୁ ୪୦୩ ସୁସ୍ଥ ଘରକୁ ଫେରିଛନ୍ତି।

 

The post ନୟାପଲ୍ଲୀର ସୀତାପୁର ଓ ତ୍ରିନାଥ ବସ୍ତି କଣ୍ଟେନ୍‌ମେଣ୍ଟ appeared first on Odisha Reporter.



from Odisha Reporter https://ift.tt/2CjFZSf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages