ମୁମ୍ୱାଇ: ପ୍ରବଳ ବର୍ଷାରେ କୋଠା ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ରହିଛି। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ୱାଇରେ ଗୁରୁବାର ଏହି ଅଘଟଣ ଘଟିଛି। ଲଗାତର ଚାରି ଦିନ ଧରି ବର୍ଷା ହେବା ପରେ ମାଟି ଧଶି ଯିବାରୁ ଏହି ଅଘଟଣ ଘଟିଥିବା ସୂଚନା ରହିଛି।
ମୁମ୍ୱାଇର ପୂର୍ବ ମାଲାଦରେ ଥିବା ଗେଟ୍ ନମ୍ୱର ୫ରେ ପ୍ଲଟ ନମ୍ୱର 8ରେ କୋଠାଟି ଭୁଶୁଡ଼ି ପଡ଼ିଥିବା ବେଳେ ଅନ୍ୟଟି ଦକ୍ଷିଣ ମୁମ୍ୱାଇରେ ଥିବା ୫ ମହାଲ ବିଶିଷ୍ଟ ଭାନୁଶାଳୀ କୋଠା ରହିଛି। ଉଭୟ ଘଟଣାରେ ଦୁଇ ଜଣ ଲେଖାଏଁ ମୋଟ୍ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜେ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ବାସହରା ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା, ୪ ମୃତ appeared first on Odisha Reporter.
from Odisha Reporter https://ift.tt/3952ZAk
No comments:
Post a Comment