ମୁମ୍ୱାଇ: ବଲିଉଡ୍ର ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ୍ ଖାନ୍ଙ୍କ ପରଲୋକ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।
ଡାଇବେଟିସ୍ ଓ ଏହା ଜନିତ ଅନେକ ସମସ୍ୟା ଯୋଗୁ ଗତ ମାସରୁ ତାଙ୍କୁ ମୁମ୍ୱାଇର ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କୋଭିଡ୍ ଟେଷ୍ଟ୍ ମଧ୍ୟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା।
ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ୱାମୀ, ପୁଅ ଓ ଦୁଇ ଝିଅ ଉପସ୍ଥିତ ଥିଲେ।
ସରୋଜ ଖାନ୍ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। ସେ ୨୦୦୦ରୁ ଅଧିକ ଗୀତରେ ନୃତ୍ୟନିର୍ଦ୍ଦେଶନା ଦେଇଥିଲେ। ବେଷ୍ଟ୍ କୋରିଓଗ୍ରାଫି ପାଇଁ ସେ ୩ ଥର ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ପାଇଥିଲେ। ‘ଦେବଦାସ’ ଫିଲ୍ମର ‘ଡୋଲାରେ ଡୋଲାରେ’ ଗୀତ ପାଇଁ ସେ ଏହି ପୁରସ୍କାର ପାଇଥିବା ବେଳେ ‘ଜବ୍ ୱି ମିଟ୍’ର ‘ୟେ ଇସ୍କ ହାଏ’ ଗୀତ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିପରି ତାମିଲ ଫିଲ୍ମ ‘ଶ୍ରୀଙ୍ଗାରମ୍’ର ସବୁ ଗୀତ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ସରୋଜ୍ ଖାନ୍ ବେଷ୍ଟ୍ କୋରିଓଗ୍ରାଫର ଭାବେ ୮ଟି ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ‘ତେଜାବ୍’, ‘ଚାଲ୍ବାଜ୍’, ‘ସୈଲାବ’, ‘ବେଟା’, ‘ଖଲ୍ନାୟକ୍’, ‘ହମ୍ ଦିଲ୍ ଦେ ଚୁକେ ସନମ୍’, ‘ଦେବ୍ଦାସ୍’ ଓ ‘ଗୁରୁ’ ଫିଲ୍ମ ପାଇଁ ସେ ଏହି ପୁରସ୍କାର ପାଇଥିଲେ।
The post ପରଲୋକରେ ବଲିଉଡ୍ କୋରିଓଗ୍ରାଫର ସରୋଜ ଖାନ୍ appeared first on Odisha Reporter.
from Odisha Reporter https://ift.tt/3dSBR8n
No comments:
Post a Comment