ଲକ୍ଷ୍ନୌ: ଉତ୍ତରପ୍ରଦେଶର ୮ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି। କାନପୁରରେ ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ୮ ପୁଲିସ କର୍ମଚାରୀ ଶହୀଦ ହୋଇଥିବା ସୂଚନା ରହିଛି। କାନପୁର ଧୌବେପୁର ଥାନା ବେକରୁ ଗାଁ ପାଖରେ ରାତି ଗୋଟାଏ ସମୟରେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।
ଗାଁରେ ଅପରାଧୀ ଲୁଚିଥିବା ନେଇ ଏକ ପୁଲିସ ପାର୍ଟୁନ ଟିମ୍ ସର୍ଚ୍ଚ ଅପରେସନ କରୁଥିଲା। ଏହି ସମୟରେ ଅପରାଧୀ ମାନେ ପୁଲିସ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ ବୋଲି ଜଣାପଡ଼ିଛି। ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି ଏସପି ଦେବେନ୍ଦ୍ର ମିଶ୍ର ରହିଛନ୍ତି। ଏହାବାଦ ଏସଓ ଶିବରାଜପୁର ମହେଶ ଯାଦବ, ଜଣେ ସବ ଇନସପେକ୍ଟର ଏବଂ ୫ ଜଣ କନେଷ୍ଟବଳ କହିଛନ୍ତି। ସେହିପରି ଅନ୍ୟ ୪ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ନେଇ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଡିଜିପି ଏଚସି ଅଓ୍ୱସ୍ତିଙ୍କୁ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାବେଳରେ ସ୍ଥିତି କ’ଣ ରହିଥିଲା ସେ ନେଇ ରିପୋର୍ଟ ମାଗିଛନ୍ତି ଯୋଗୀ ଆଦିତ୍ୟନାଥ।
ମୋଷ୍ଟ ଓ୍ୱାଣ୍ଟେଡ୍ଅ ପରାଧୀ ବିକାଶ ଦୁବେ ଓ ତାର ୧୦ ସହଯୋଗୀ ସହ ଏହି ଗୁଳି ବିନିମୟ ଘଟିଥିବା ଜଣାପଡ଼ିଛି। ପୁଲିସ କର୍ମଚାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଲୁଟି ଅପରାଧୀ ଫେରାର ହୋଇଯାଇଥିବା ସୂଚନା ରହିଛି। ଫରେନସିକ୍ ଟିମ୍ ଓ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ଏସଏସଜି ଏବଂ ଆଇଜି ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଅପରାଧୀ ବିକାଶ ଦୁବେ ବିଜେପି ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି।
The post ଏନକାଉଣ୍ଟର ବେଳେ ୮ ପୁଲିସ କର୍ମଚାରୀ ଶହୀଦ appeared first on Odisha Reporter.
from Odisha Reporter https://ift.tt/3gqpKB5
No comments:
Post a Comment