ବାଲୁଗାଁ(ଶକ୍ତି ମହାପାତ୍ର): ଉଜୁଡା ଓ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ଏବଂ ପୁନଃ ବନୀକରଣ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବନୀକରଣ ହେବା ଦୂରର କଥା। ଜଙ୍ଗଲ ବିଭାଗକୁ ବନୀକରଣ ନିମନ୍ତେ ମଞ୍ଜୁର ହୋଇଥିବା ବାଲୁଗାଁ ବରବରା ରେଞ୍ଜର ଏ. କେ. ଜଗଦ୍ଦେବ ଫଣ୍ଡରେ ଦେଖିବାକୁ ମିଳିଛି ମହାକେଳେଙ୍କାରୀ। ଖୋର୍ଦ୍ଧା ଜଙ୍ଗଲ ଡିଭିଜନ ଅଧିନସ୍ଥ ବାଲୁଗାଁ ବରବରା ରେଞ୍ଜରେ ଦେଖିବାକୁ ମିଳିଛି ଏପରି ମହାଦୁର୍ନିତି।
ଉଜୁଡା ଓ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ଏବଂ ପୁନଃ ବନୀକରଣ ନିମନ୍ତେ ସମଗ୍ର ରାଜ୍ୟକୁ ୫୯୨ କୋଟିର ଅନୁଦାନ ମିଳିଥିଲା। ସେଥିମଧ୍ୟରୁ ବାଲୁଗାଁ ବରବରା ରେଞ୍ଜକୁ ୨ଟି ପର୍ଯ୍ୟାୟରେ ପ୍ରାୟ ୭୭ ଲକ୍ଷ ଟଙ୍କା ଆସିଥିଲା। ପ୍ରଥମେ ମାର୍ଚ୍ଚ ୨୩ ତାରିଖରେ ୬୯ ଲକ୍ଷ ୬୮ ହଜାର ଆସିଥିବା ବେଳେ ମାର୍ଚ୍ଚ ୨୯ ତାରିଖରେ ୭ ଲକ୍ଷ ଟଙ୍କା ଆସିଥିଲା। ହେଲେ ବାଲୁଗାଁ ବରବରା ରେଞ୍ଜର ଏ. କେ. ଜଗଦ୍ଦେବ ଅଭିନବ ଉପାୟରେ କାମ୍ପା ଫଣ୍ଡ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଏହି ଟଙ୍କା ଖୋର୍ଦ୍ଧା ଡିଏଫଓ, ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ପଠାଇଥିଲେ। ମାତ୍ର ଏସବୁ ଟଙ୍କା କୌଣସି ହିତାଧିକାରୀଙ୍କ ଆକାଉଣ୍ଟକୁ ପଠା ନ ଏପରି କିଛି ବ୍ୟକ୍ତିଙ୍କ ପାଖକୁ ଯାଇଛି ପରବର୍ତ୍ତୀ ସମୟରେ ଯାହା ପାଖରୁ ଟଙ୍କା ଆସି ପାରିବ। ସମ୍ପୂର୍ଣ୍ଣ ସଲାସୁତରା ଓ ପୂର୍ବ ଯୋଜନା ଅନୁଯାୟୀ, ଏଭଳି କାରବାର ହୋଇଥିବା ଜଣାଯାଇଛି। ତେବେ ଟଙ୍କା ଆସିଥିଲା ବାଲୁଗାଁ ରେଞ୍ଜରେ ଖର୍ଚ୍ଚ ହେବାକୁ, ହେଲେ ନୟାଗଡ଼, ରଣପୁର ଓ ଟାଙ୍ଗି ଅଞ୍ଚଳର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିଥିବା ଅନୁସନ୍ଧାନରୁ ଜଣାଯାଇଛି।
ବାଣପୁର ଅଞ୍ଚଳର ସୁରେନ୍ଦ୍ର ଜେନାଙ୍କ ଆକାଉଣ୍ଟକୁ ବନବିଭାଗ ପକ୍ଷରୁ ଲକ୍ଷେ ୧୯ ହଜାର ଟଙ୍କା ପଠାଯାଇଥିଲା । ହେଲେ ତାଙ୍କୁ ସଲାସୁତରା କରି ଉକ୍ତ ଉଠାଇ ନେଇଛନ୍ତି ରେଞ୍ଜର । ସେହିପରି ପଙ୍କାଳ ଗାଁର ପ୍ରଭାତ ପ୍ରଧାନଙ୍କ ଆକାଉଣ୍ଟକୁ ବି ଜଙ୍ଗଲ ବିଭାଗରୁ ବିଭିନ୍ନ କିସ୍ତିରେ ଆସିଥିଲା ୨ ଲକ୍ଷ ୬୪ ହଜାର । ସେହିପରି ମୁନା ମାର୍ଥାଙ୍କ ଆକାଉଣ୍ଟକୁ ବି ଆସିଥିଲା ୧ ଲକ୍ଷ ୧୯ ହଜାର । ତେବେ କେଉଁ ବାବଦରେ ଟଙ୍କା ଆସିଲା ଏବଂ କାହିଁକି ଉଠାଇ ନିଆଗଲା, ସେ ରହସ୍ୟ ଧରି ପାରୁ ନାହାନ୍ତି ଆକାଉଣ୍ଟଧାରୀ। ଏ ସବୁ ଟଙ୍କା ରେଞ୍ଜର ଉଠାଇ ନେଇଥିବା ହିତାଧିକାରୀମାନେ କହିଛନ୍ତି। କେବଳ ଏତିକି ନୁହେଁ, ମଜୁରୀ ପାଇଥିବା ଲୋକଙ୍କଠାରୁ ଜୋର ଜବରଦସ୍ତ ୫୦ ପ୍ରତିଶତ କମିଶନ ମାଗୁଥିବା ବି ଅଭିଯୋଗ ହୋଇଛିା
ଏଭଳି ସାଂଘାତିକ ଘୋଟାଲା ଘଟାଇଥିବା ରେଞ୍ଜର ଏ. କେ. ଜଗଦ୍ଦେବ, ତଳିଆ କର୍ମଚାରୀ ଓ ଗାର୍ଡମାନଙ୍କୁ ମିଥ୍ୟା କାଗଜପତ୍ର, ମଷ୍ଟର ରୋଲ ଓ ବିଲ୍ କରିବାକୁ ଫୋନରେ ଧମକ ଦେଉଥିବା ବି ଜଣାଯାଇଛି। ଏପରିକି ପିସିସିଏଫ୍ ଏବଂ ଡିଏଫଓଙ୍କ ଭାଗ ଟଙ୍କା ପଇଠ ପାଇଁ ବି ଫୋନ୍ରେ କୁହାଯାଉଛି।
ଏ ସମ୍ପର୍କରେ ରେଞ୍ଜରଙ୍କୁ ପଚାରିବାରୁ ସରକାରୀ ଟଙ୍କା କିପରି ସେମାନଙ୍କ ଆକାଉଣ୍ଟକୁ ଗଲା ପଚାରିବାରୁ ସେମାନେ ଲୋକ ଲଗାଇ କାମ କରିଥିବାରୁ ସେମାନଙ୍କୁ ଟଙ୍କା ଦିଆଯାଇଥିବା କହିଛନ୍ତି।
ଗୋଟିଏ ପଟେ ପ୍ରବାସୀଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ବୃକ୍ଷରୋପଣ ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ତାହା କିପରି କାର୍ଯ୍ୟକାରୀ ହେଉଛି ତାହା ତଦାରଖ କରିବାକୁ କେହି ନାହିଁ।
The post ଜଙ୍ଗଲ ଟଙ୍କା ଖାଇଗଲେ ରେଞ୍ଜର ବାବୁ appeared first on Odisha Reporter.
from Odisha Reporter https://ift.tt/30eR3bp
No comments:
Post a Comment