ଜୟପୁର: ରାଜସ୍ଥାନରେ କଂଗ୍ରେସ ସରକାରର ଗୃହ କଳି ଏବେ କୋର୍ଟକୁ ପହଞ୍ଚିଗଲାଣି। ସଚିନ ପାଇଲଟ୍ ଏବଂ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି। ଗୁରୁବାର ଅର୍ଥାତ୍ ଆଜି ଦିନ ୩ଟା ସମୟରେ ଏନେଇ କୋର୍ଟ ଶୁଣାଣି କରିବେ।
ସୂଚନା ଯେ, ରାଜସ୍ଥାନ ବିଧାନସଭା ବାଚସ୍ପତି ବୁଧବାର ପାଇଲଟଙ୍କ ସମେତ ୧୯ ବିଧାୟକଙ୍କୁ ଦଳ ବିରୋଧୀ କାର୍ୟ୍ୟକଳାପ ପାଇଁ ଅଯୋଗ୍ୟତା ନୋଟିସ କରିଥିଲେ। ଏନେଇ ସମସ୍ତ ବିଧାୟକଙ୍କୁ ଜୁଲାଇ ୧୭ ସୁଦ୍ଧା ଜବାବ ଦେବାକୁ ନୋଟିସ୍ ହୋଇଥିଲା।
ତେବେ ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ପାଇଲଟଙ୍କ ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ, କୌଣସି ଭୁଲ କାମ କରି ନ ଥିବାରୁ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେଲୁ। ଆମ ବିରୋଧରେ ଭୁଲ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ଆମକୁ ନୋଟିସ୍ ଜାରି କରାଯାଇଛି, ଯାହା ଗତକାଲି ବିଳମ୍ବିତ ରାତିରେ ଆମକୁ ମିଳିଛି। ଆମକୁ ଆସନ୍ତା କାଲି ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଆମେ ଯଦି ପାର୍ଟି ବିରୋଧୀ କାମ କରିନାହୁଁ, ଆମେ କାହିଁକି ଜବାବ ଦେବୁ। ଏ ସବୁ କୋର୍ଟରେ ଉପସ୍ଥାପନ କରିବୁ। ଗୋଟିଏ ପଟେ ଦଳର ଦ୍ୱାର ଖୋଲା ଅଛି କହୁଛନ୍ତି, ତେବେ କାର୍ୟ୍ୟାନୁଷ୍ଠାନ କିଏ କରୁଛି? ବୋଲି ସେମାନେ କହିଛନ୍ତି।
ଏ ସବୁ ପରିସ୍ଥିତିରେ ଗେହଲଟ୍ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି। ଯଦି ଗେହେଲଟ୍ ଏ ସମସ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଦେବେ। ତେବେ ଗୃହରେ ଫ୍ଲୋର୍ ଟେଷ୍ଟ ସ୍ଥିତି ଆସିବ ଏବଂ ସଂଖ୍ୟା ଗରିଷ୍ଠତା ମଧ୍ୟ କମ୍ ହୋଇଯିବ। ଗେହଲଟ ସରକାର ଆସ୍ଥା ଭୋଟ୍ ବେଳେ ଆବଶ୍ୟକ ମ୍ୟାଜିକ୍ ନମ୍ୱରଠାରୁ ପଛରେ ପଡ଼ିଯିବେ।
The post କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3h3amLu
No comments:
Post a Comment