ମୁମ୍ବାଇ: ସୋଶାଲ ମିଡିଆରେ ଫେକ୍ ଆକାଉଣ୍ଟ୍ ଜରିଆରେ ଲୋକଙ୍କୁ ଠକିବା ଏକ ନିତିଦିନି ଘଟଣା ପରିଣତ ହୋଇଯାଇଛି। ସାଧାରଣତଃ ଫିଲ୍ମ ଓ ଟେଲିଭିଜନ୍ ଦୁନିଆର ସେଲେବ୍ରିଟିମାନେ ସୋଶାଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍ମାନଙ୍କ ସହିତ ଯୋଡ଼ି ହୋଇ ରହିଥା’ନ୍ତି। ଆଉ ଏବେ ସୋଶାଲ ମିଡିଆ ପ୍ଲାଟଫର୍ମରେ ସେଲେବ୍ରିଟିଙ୍କ ନାମ ନେଇ ଲୋକେ ଠକିବା ଆରମ୍ଭ କରିଛନ୍ତି। ଷ୍ଟାରଙ୍କ ନାମରେ ସୋଶାଲ୍ ମିଡିଆରେ ଫେକ୍ ଆକାଉଣ୍ଟ କରି ଏପରି କାର୍ଯ୍ୟ କରାଯାଉଛି। ଟିଭି ଶୋ’ ‘ରାଧାକୃଷ୍ଣ’ରେ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ସୁମେଧ ମୁଦଗଲକର ନାଁରେ ଜଣେ ବ୍ୟକ୍ତି ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିବା ଜଣାପଡ଼ିଛି।
ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ସୁମେଧ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆପଣ ସମସ୍ତଙ୍କୁ ଏକ ସୂଚନା ଦେବାକୁ ଚାହୁଁଛି। ଫେସବୁକରେ ଜଣେ ବ୍ୟକ୍ତି ମୋ ନାମରେ ଫେକ୍ ଆକାଉଣ୍ଟ କରି ପ୍ରୋଜେକ୍ଟରେ ସାହାଯ୍ୟ କରିବା ପାଇଁ ଟଙ୍କା ମାଗୁଛି। ଏହା ଏକ ଫେକ ଆକାଉଣ୍ଟ। ପ୍ଲିଜ ଏହାର ଶିକାର ହୁଅନ୍ତୁ ନାହିଁ।’
ସୁମେଧ କିଛି ସ୍କ୍ରିନଶଟ୍ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଫେକ୍ ଆକାଉଣ୍ଟ୍ କରିଥିବା ବ୍ୟକ୍ତି ଜଣକ ଲୋକଙ୍କୁ ଟଙ୍କା ମାଗିଛନ୍ତି। କେବଳ ଏତିକି ନୁହେଁ, ଏହି ବ୍ୟକ୍ତି ଜଣକ ୩୫ କୋଟି ଟଙ୍କାର ପ୍ରୋଜେକ୍ଟ କଥା କହି ୫ କୋଟିର ସାହାଯ୍ୟ ମାଗିଥିବା ମଧ୍ୟ ସୁମେଧ କହିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବଲିଉଡ ସେଲେବ୍ରିଟି ସୋନୁ ସୁଦ, ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ନାମରେ ମଧ୍ୟ ଏହିପରି ଫେକ ଆକାଉଣ୍ଟ ଖୋଲା ଯାଇଥିଲା।
The post ସୁମେଧଙ୍କ ନାଁରେ ଫେକ୍ ଆକାଉଣ୍ଟ କରାଯାଇ ଟଙ୍କା ମଗାଯାଉଛି appeared first on Odisha Reporter.
from Odisha Reporter https://ift.tt/328WLht
No comments:
Post a Comment