ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଚିକିତ୍ସା ଅବହେଳାରୁ ଏକ ୪ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରୁ ଆସିଛି ଏପରି ଅଭିଯୋଗ।
ସୂଚନାଯୋଗ୍ୟ, ରେଢ଼ାଖୋଲ ବ୍ଲକ ଭରତାପୁର ପଞ୍ଚାୟତର ଭତରା ଗାଁର ମିଠେଇ ପ୍ରଧାନ ଓ ରସାନନ୍ଦ ପ୍ରଧାନଙ୍କ ଗତ ୭ ତାରିଖ ଦିନ ବୁର୍ଲା ମେଡିକାଲରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ସେମାନେ ଶିଶୁ ପୁତ୍ରକୁ ଧରି ଘରକୁ ଆସିଥିଲେ। ଗତକାଲି ଅପରାହ୍ନ ପ୍ରାୟ ୧ଟାରେ ଶିଶୁର ଦେହ ଖରାପ ହେବାରୁ ତାକୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁକୁ ଡାକ୍ତରଖାନାରେ ଆଡମିଶନ୍ କରାଯାଇଥିଲେ ମଧ୍ୟ କେହି ବି ଡାକ୍ତର ଚିକିତ୍ସା କରି ନଥିଲେ। ଏମିତିକି ଶିଶୁର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଡାକ୍ତରଙ୍କ କ୍ୱାର୍ଟର୍ସକୁ ଯାଇ ମଧ୍ୟ ଡାକିଥିଲେ, କିନ୍ତୁ କେହି ଶୁଣି ନଥିଲେ। ଖାଇବା, ଶୋଇବା ସମୟରେ କାହିଁକି ଆସୁଛ କହି ଶିଶୁ ଡାକ୍ତର କବାଟ ବନ୍ଦ କରି ଦେଇଥିଲେ ବୋଲି ମୃତ ଶିଶୁଟିର ପରିବାର ଲୋକେ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ସାଢ଼େ ୬ଟାରେ ଡାକ୍ତର ଆସି ଶିଶୁକୁ ଦେଖିଲା ବେଳକୁ ତାର ମୃତ୍ୟୁ ଘଟି ସାରିଥିଲା। ତେଣୁ ଡାକ୍ତରଙ୍କ ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ତା’ ବାପାମାଆ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଚିକିତ୍ସାରେ ଅବହେଳା ଅଭିଯୋଗକୁ ଉକ୍ତ ଡାକ୍ତର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଥିଲା।
The post ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3049qzo
No comments:
Post a Comment