ଜୁଲାଇ ୪ ପରେ ବଦଳିବ ପାଣିପାଗ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ଜୁଲାଇ ୪ ପରେ ବଦଳିବ ପାଣିପାଗ!

ନୂଆଦିଲ୍ଲୀ: ଜୁଲାଇ ୪ ପରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ବଦଳିବ ମୌସୁମୀ। ହେଲେ ଗରମ କିମ୍ୱା ଗୁଳୁଗୁଳିରୁ ତ୍ରାହି ମିଳିବ ନାହିଁ। ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୪-୫ ଜୁଲାଇରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବ ବୋଲି ଜଣାପଡ଼ିଛି। ବର୍ଷା ହେଲେ ତାପମାତ୍ରା କମିବ। ଏହାଦ୍ୱାରା ପ୍ରବଳ ଗରମରୁ ଆଶ୍ୱସ୍ତି ମିଳିବ।

ଉତ୍ତର ଭାରତରେ ଜୁନ୍ ୨୬ ପରେ ବର୍ଷା ହୋଇନାହିଁ। ଏଥିପାଇଁ ରାଜସ୍ଥାନର ଶ୍ରୀଗଙ୍ଗନଗର ଏବଂ ବିକାନେରର ତାପମାତ୍ରା ୪୩-୪୫ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟପକ୍ଷରେ, ହରିଆଣାର ପଞ୍ଜାବରେ ପାଗ ଶୁଖିଲା ରହିଛି, କିନ୍ତୁ ଜୁଲାଇ ୪ ରୁ ବର୍ଷା ହେବାର ସମ୍ଭାବନା ରହିଛି।

ସ୍କାଏମେଟର ରିପୋର୍ଟ ଅନୁଯାୟୀ, ଜୁଲାଇ ୪ ରୁ ହରିଆଣାରେ ପାଗ ପରିବର୍ତ୍ତନ ହେବ ଏବଂ ଆସନ୍ତା ଚାରି-ପାଞ୍ଚ ଦିନ ପାଇଁ ଲଗାତାର ବର୍ଷା ହୋଇପାରେ। ଯେଉଁଥିପାଇଁ ତାପମାତ୍ରା ଦୁଇରୁ ଚାରି ଡିଗ୍ରୀ ତାମପାତ୍ରା ହ୍ରାସ ପାଇପାରେ। ସେହିଭଳି ପଞ୍ଜାବରେ ଜୁଲାଇ ୪ ରୁ ବର୍ଷା ହେବାର ସମ୍ଭାବନା ରହିଛି।

The post ଜୁଲାଇ ୪ ପରେ ବଦଳିବ ପାଣିପାଗ! appeared first on Odisha Reporter.



from Odisha Reporter https://ift.tt/3ilfNXr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages