ଭାରତ ସହିତ ବିବାଦ ବଢ଼ିବା ପରେ ଓଲିଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଇମ୍ରାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ଭାରତ ସହିତ ବିବାଦ ବଢ଼ିବା ପରେ ଓଲିଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଇମ୍ରାନ୍

ଇସଲାମାବାଦ: ଭାରତ ସରକାର ଷଡ଼ଯନ୍ତ୍ର କରି ତାଙ୍କୁ ପଦବୀରୁ ବିଦା କରିବାକୁ ଚାହୁଁଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏଭଳି ମତ ଦେବା ପରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଇସଲାମାବାଦରୁ ନେପାଳର ବୈଦେଶିକ ମନ୍ତ୍ରାଳୟକୁ ଏକ ବାର୍ତ୍ତା ପଠାଯାଇଛି। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କେପି ଶର୍ମା ଓଲିଙ୍କ ସହ ଫୋନରେ କଥା ହେବା ପାଇଁ ସମୟ ମାଗିଛନ୍ତି।

ଇମ୍ରାନ ଖାନ ଗୁରୁବାର ମଧ୍ୟାହ୍ନ ୧୨ ଟା ପରେ ଫୋନ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି। କୂଟନୀତିକ ସୂତ୍ରରୁ ପ୍ରକାଶ ଯେ ଏହି ସମୟରେ ଭାରତର ଆଭିମୁଖ୍ୟ ବାବଦରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।

ସୂଚନାଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବେ ନିଜ ଦଳ ଭିତରୁ ବିରୋଧର ଶିକାର ହେଉଛନ୍ତି। ନିକଟରେ କିନ୍ତୁ କେପି ଓଲି କହିଥିଲେ, ଭାରତ ସରକାର ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଛି। ତେବେ ତାଙ୍କ ସରକାରର ମନ୍ତ୍ରୀ ତଥା ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଓଲିଙ୍କ ଏହି ମତକୁ ନାପସନ୍ଦ କରିବା ସହିତ ପ୍ରଶ୍ନ ଉଠାଇଛନ୍ତି।

ଏମିତିକି ଓଲି ଏ ବାବଦରେ ପ୍ରମାଣ ଦେବା ଦରକାର ବୋଲି ଦେଶର ମୋଟ୍ ୩ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳ ଦାବି କରିଛନ୍ତି। ନଚେତ ଇସ୍ତଫା ଦେବା ଦରକାର ବୋଲି ସେମାନେ କହିଛନ୍ତି।

The post ଭାରତ ସହିତ ବିବାଦ ବଢ଼ିବା ପରେ ଓଲିଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଇମ୍ରାନ୍ appeared first on Odisha Reporter.



from Odisha Reporter https://ift.tt/2NQStTm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages