ବାଙ୍କୀ (ସଞ୍ଜୀପ କୁମାର ନାୟକ): ଜଣେ ମହିଳାଙ୍କ ସ୍କୁଟି ହାଣ୍ଡେଲ ଭିତରୁ ବାହାରିଲା ନାଗ ସାପ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ।
ମିଳିଥିବା ସୂଚନା ଅନୁସାରେ, ଚର୍ଚ୍ଚିକା ସାହିର ଜଣେ ମହିଳା ନିଜ ଆକ୍ଟିଭା ଗାଡ଼ି ଷ୍ଟାର୍ଟ ଆରମ୍ଭ କରିବା ମାତ୍ରେ ହାଣ୍ଡେଲ ଭିତରୁ ଗୋଟିଏ ସାପର ମୁଣ୍ଡ ଦେଖାଯାଇଥିଲା। ଏହା ଦେଖି ମହିଳା ଜଣଙ୍କ ଭୟଭୀତ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଗାଡ଼ି ଛାଡି ସେଠାରୁ ପଳାଇ ଯାଇଥିଲେ। ପରେ ସେକ୍ନ ହେଲପ୍ ଲାଇନକୁ ଫୋନ କରିଥିଲେ। ସେକ୍ନ ହେଲପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର ହାଣ୍ଡେଲ ଖୋଲି ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ମହାନଦୀ କୂଳରେ ଛାଡ଼ି ଦେଇଥିଲେ।
ଏବେ ବର୍ଷା ଦିନ ଚାଲିଥିବାରୁ ସାପ ଗାତରେ ପାଣି ପଶି ଯାଉଛି। ତେଣୁ ସାପମାନେ ଏଣେତେଣେ ପଶି ଯାଉଥିବା ଆଲୋଚନା ହେଉଛି।
The post ସ୍କୁଟି ହାଣ୍ଡେଲରୁ ବାହାରିଲା ନାଗ ସାପ appeared first on Odisha Reporter.
from Odisha Reporter https://ift.tt/2CXZe4i
No comments:
Post a Comment