ଦୁଇ ବଡ଼ ସାପ ମଧ୍ୟରେ ଜୋରଦାର ଲଢ଼େଇ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଦୁଇ ବଡ଼ ସାପ ମଧ୍ୟରେ ଜୋରଦାର ଲଢ଼େଇ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବେ ଦୁଇଟି ବଡ଼ ପୁରୁଷ ସାପଙ୍କ ମଧ୍ୟରେ ଲଢ଼େଇ ଦେଖିଛନ୍ତି? ଯଦି ଦେଖି ନାହାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା ଭିଡିଓଟିକୁ ଦେଖନ୍ତୁ। ଏହି ଭିଡିଓଟିକୁ ଆଇଏଫ୍‌ଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ଆଜି ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଭିଡିଓଟି ପୋଷ୍ଟ କରିବା ସହିତ ସେ ସେହି ଦୁଇ ସାପ ଓ ସେମାନଙ୍କ ଲଢ଼େଇ ସଂପର୍କରେ ସମ୍ୟକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଲଢ଼େଇ କରୁଥିବା ଦୁଇଟି ଯାକ ସାପ ହେଉଛନ୍ତି ‘ରାଟ୍ ସ୍ନେକ’। ସେମାନେ ପରସ୍ପରର ଅଞ୍ଚଳ ଓ ଆଧିପତ୍ୟ ପାଇଁ ଲଢ଼େଇ କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ସାପ ଦୁଇଟି ପାଣିରେ ଲଢ଼େଇ କରି କରି ସ୍ଥଳଭାଗ ଛୁଇଁଛନ୍ତି ଏବଂ ପରସ୍ପର ଉପରେ ଗୋଡ଼େଇ ହୋଇ ଲଢ଼େଇ କରୁଛନ୍ତି।

ଭିଡିଓ ଦେଖି ସାପ ଦୁଇଟିର ଲମ୍ବ ଠିକ୍ ଭାବେ ଅନୁମାନ କରି ହେଉ ନାହିଁ। ଶ୍ରୀ ନନ୍ଦ ବି ସେ ବିଷୟରେ କିଛି ଲେଖି ନାହାନ୍ତି। ତେବେ ସାପ ଦୁଇଟି ବେଶ୍ ବଡ଼ ଭଳି ଦିଶୁଛନ୍ତି।

The post ଦୁଇ ବଡ଼ ସାପ ମଧ୍ୟରେ ଜୋରଦାର ଲଢ଼େଇ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/30c9iPI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages