ଆଖି ବୁଜିଲେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ସୋମନ୍ ମିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

ଆଖି ବୁଜିଲେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ସୋମନ୍ ମିତ୍ର

କୋଲକତା: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଶ୍ରୀ ସୋମନ୍ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।

କିଛି ଦିନ ପୂର୍ବେ ରୁଟିନ୍‌ ଚେକଅପ୍‌ ନିମନ୍ତେ ଏକ ପ୍ରାଇଭେଟ ହସ୍ପିଟାଲ ଯାଇଥିବା ବେଳେ ସାମାନ୍ୟ ଅସୁସ୍ଥତା ହେତୁ ସେ ଆଡମିଟ ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

୧୯୬୦ ଦଶକରୁ ଛାତ୍ର ଜୀବନରୁ  ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ  ମିତ୍ର । ଏହାପରେ ଦୀର୍ଘ ଦଶନ୍ଧି ଧରି ନିଜ ରାଜନୈତିକ ଜୀବନରେ ଲମ୍ବା ଯାତ୍ରା କରିଥିବା ବେଳେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ପଶ୍ଚିମବଙ୍ଗ କଂଗ୍ରେସ ଦଳର ୩ ଥର ପ୍ରେସିଡେଣ୍ଟ ରହିଥିବା ମିତ୍ର  ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୮ ମସିହାରେ  ସେ କଂଗ୍ରେସ ଛାଡ଼ି ପ୍ରଗତିଶୀଳ ଇଣ୍ଡିଆନ କଂଗ୍ରେସ ପାର୍ଟି ଗଠନ କରିଥିଲେ। ଏହାପରେ ୨୦୦୯ ମସିହାରେ ତୃଣମୂଳ କଂଗ୍ରେସ ପାର୍ଟି ସହ ମିଶି ଲୋକସଭାକୁ ଜିତିଥିଲେ। କିନ୍ତୁ ସେଠାରେ ସେ ବେଶି ଦିନ ତିଷ୍ଠି ପାରି ନ ଥିଲେ। ୨୦୧୪ ମସିହାରେ ପୁଣି ଥରେ ତୃଣମୂଳ କଂଗ୍ରେସ ପାର୍ଟି ଛାଡ଼ି ସେ କଂଗ୍ରେସରେ ମିଶିଥିଲେ।

ତାଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପଶ୍ଚିମବଙ୍ଗରେ AICCର ମଙ୍ଗ ଧରିଥିବା ଗୌରବ ଗୋଗାଇ କହିଛନ୍ତି। ମିତ୍ରଙ୍କ ଦେହାନ୍ତ ଖବର ଖୁବ୍‌ ଦୁଃଖ ଦେଇଥିବା ବେଳେ ପରିବାର ଏବଂ ବନ୍ଧୁବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଗୋଗାଇ। ଏଥିସହ  ତାଙ୍କର ପରଲୋକ କଂଗ୍ରେସ ନେତୃତ୍ୱରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ଯାହା ପୂରଣ କରିବା କଷ୍ଟକର ହେବ ବୋଲି କହିଛନ୍ତି।

The post ଆଖି ବୁଜିଲେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ସୋମନ୍ ମିତ୍ର appeared first on Odisha Reporter.



from Odisha Reporter https://ift.tt/335YULm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages