ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀ ମୁଣ୍ଡୁକା ଅଞ୍ଚଳରେ ଥିବା ଗୋଟିଏ କତା କାରଖାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଯାଏ ମୃତାହତଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ। ତେବେ ଅଗ୍ନିକାଣ୍ଡ ଏତେ ଜୋରରେ ବ୍ୟାପିବାରେ ଲାଗିଛି ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୩୪ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।
ବୁଧବାର ରାତି ୧୦.୨୩ରେ ନିଆଁ ଲାଗିବା ସମ୍ପର୍କରେ ଖବର ମିଳିଥିଲା। ଆଖି ପିଛୁଳାକେ ଏହା ଭୟଙ୍କର ରୂପ ନେଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ରାତି ତମାମ ୩୪ଟି ଦମକଳ ଏହି କାର୍ଯ୍ୟରେ ନିୟୋଜିତ ରହିଥିଲେ। ଭୋର ସମୟରେ ନିଆଁ ସମାନ୍ୟ ଆୟତ୍ତକୁ ଆସିଛି।
ତେବେ ଅଗ୍ନିଶମ ଅଧିକାରୀମାନେ ସ୍ଥିତି ସମ୍ପର୍କରେ କିଛି ବି ସୂଚନା ଦେଇନାହାନ୍ତି। ଏହି କତା କାରଖାନା ମଧ୍ୟରେ ବିପୁଳ ପରିମାଣର ମେଡିକାଲ ସାମଗ୍ରୀ ରହିଥିଲା। ନିଆଁ ଲାଗିବା ପରେ ଏହା ସଂପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି। ତେବେ ନିଆଁ କେମିତି ଲାଗିଲା, ସେ ସମ୍ପର୍କରେ କିଛି ବି ଜଣାପଡ଼ିନାହିଁ।
The post ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୩୪ଟି ଦମକଳ appeared first on Odisha Reporter.
from Odisha Reporter https://ift.tt/2O53G2Y
No comments:
Post a Comment