ବାଲେଶ୍ୱର ଜିଲ୍ଲାର ଦୁଇ ପଞ୍ଚାୟତ ଶଟଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 8, 2020

ବାଲେଶ୍ୱର ଜିଲ୍ଲାର ଦୁଇ ପଞ୍ଚାୟତ ଶଟଡାଉନ୍‌

ନିଳଗିରି(ବିଶ୍ୱମ୍ବର ଦାସ):କରୋନା ସ୍ଥିତିକୁ ଦେଖି ବାଲେଶ୍ୱର ଜିଲ୍ଲାର ଦୁଇ ପଞ୍ଚାୟତକୁ ଶଟଡାଉନ୍‌ ଘୋଷଣା କରାଯାଇଛି।  ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚୟତରେ ୧୨ ଜଣ ଓ ଜଡିଦା ପଞ୍ଚାୟତରେ ୫ ଜଣ ଏକାଥରେ ପଜିଟିଭ୍ ବାହାରିବା ପରେ ଉଭୟ ପଞ୍ଚାୟତର ସରପଞ୍ଚ ଏହି ଘୋଷଣା କରିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ସରପଞ୍ଚ ଉପଜିଲାପାଳଙ୍କ ସହ ଆଲୋଚନା କରି ଏପରି ପଦକ୍ଷେପ ନେଇଛନ୍ତି।

ଆଜି ଦିନ ୧୧ଟାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସଜନାଗଡ଼ ପଞ୍ଚାୟତକୁ ଶଟଡାଉନ୍‌ ଘୋଷଣା କରାଯାଇଛି । ସେହିପରି ଜଡିଦା ପଞ୍ଚାୟତକୁ ଆଜି ଦିନ ୧୧ଟାରୁ ଆସନ୍ତାକାଲି ରାତି ୯ଟା ଯାଏ ଶଟଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତର ଶଟଡାଉନ୍‌ ଅବଧି ସରିବା ପରେ ପୁଣି ସରକାରଙ୍କ ନିର୍ଦ୍ଦେଶ ମୁତାବକ ସପ୍ତାହର ଶନିବାର ଓ ରବିବାର ଶଟଡାଉନ୍‌ ଜାରି ରହିବ । ଲୋକେ ଏହି ନିର୍ଦ୍ଦେଶକୁ ମାନି ଘରେ ସୁରକ୍ଷିତ ରହିବାକୁ ନିବେଦନ କରିଛନ୍ତି ଉଭୟ ପଞ୍ଚାୟତର ସରପଞ୍ଚ।

The post ବାଲେଶ୍ୱର ଜିଲ୍ଲାର ଦୁଇ ପଞ୍ଚାୟତ ଶଟଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/2OebeQR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages