ଲୋକଙ୍କ ଆଶାରେ ପାଣି ପକାଇ ଦେଲା ହୁ’: କରୋନା ଟିକାକୁ ନେଇ ଦେଲା ବଡ଼ ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ଲୋକଙ୍କ ଆଶାରେ ପାଣି ପକାଇ ଦେଲା ହୁ’: କରୋନା ଟିକାକୁ ନେଇ ଦେଲା ବଡ଼ ବୟାନ

ଜେନେଭା: ମହାମାରୀ କରୋନା ବିରୋଧୀ ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛି ଓ ଖୁବଶୀଘ୍ର ବିଶ୍ୱବାସୀ କରୋନା ବିରୋଧୀ ଯୁଦ୍ଧରେ ବିଜୟ ହେବେ ବୋଲି ଆଶା ସୃଷ୍ଟି ହୋଇଥିଲା। କାରଣ ବିଭିନ୍ନ ଦେଶ ଓ ସଂସ୍ଥା ଆସନ୍ତା ନଭେମ୍ବର ସୁଦ୍ଧା କରୋନାକୁ ମାତ୍‌ ଦେଇପାରୁ ଥିବା ଟିକା ବଜାରକୁ ଛାଡ଼ିବେ ବୋଲି ଘୋଷଣା କରିଛନ୍ତି। ଏହି ଟିକା ବାହାର କରିବା ତାଲିକାରେ ସମସ୍ତଙ୍କ ଠାରୁ ଆଗରେ ରହିଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ।

ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟିକାର ମାତ୍ର ଆଉ ଗୋଟିଏ ଫେଜ ଟ୍ରାଏଲ ବାକି ରହିଛି। ତେଣୁ ନଭେମ୍ବର ସୁଦ୍ଧା ଟିକା ଲୋକଙ୍କୁ ମିଳିବ ବୋଲି ଆଶା କରାଯାଉଥିଲା। ଏହାକୁ ନେଇ ଲୋକଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଥିଲା। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଲୋକଙ୍କ ସବୁ ଆଶାରେ ପାଣି ପକାଇ ଦେଇଛି। ନଭେମ୍ବର ନୁହେଁ, ବରଂ ୨୦୨୧ର ପ୍ରଥମ ଭାଗରେ ହିଁ କରୋନା ଟିକାର ପ୍ରଥମ ଡୋଜ୍‌ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ହୁ’ ଆଜି ସୂଚନା ଦେଇଛି।

ହୁ’ର ବିଶଷେଜ୍ଞ ମାଇକ ରୟାନ କହିଛନ୍ତି, ଗବେଷକମାନେ କରୋନା ଟିକା ବାହାର କରିବା ଦିଗରେ ସଫଳତାର ସହ ଆଗେଇ ଚାଲିଛନ୍ତି। ଏହା ସମସ୍ତଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି। ହେଲେ ୨୦୨୧ ପୂର୍ବରୁ କୌଣସି ଟିକାର ବ୍ୟବହାର ଆରମ୍ଭ ହେବା ସମ୍ଭାବନା ବହୁତ କମ।

୨୦୨୧ ପ୍ରଥମ ଭାଗରେ ହିଁ ଲୋକଙ୍କ ପାଖରେ କରୋନା ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଟିକାର ଉପଯୁକ୍ତ ବିତରଣ ପାଇଁ କାର୍ଯ୍ୟ କରୁଛି ଓ ଆଗକୁ ମଧ୍ୟ ଏହା ଜାରି ରଖିବ। ତେବେ ବର୍ତ୍ତମାନ ଆମର ଗୋଟିଏ ଲକ୍ଷ୍ୟ ହେଲା ଭାଇରସର ସଂକ୍ରମଣକୁ ଯଥା ସମ୍ଭବ କମ କରିବା।

କରୋନାକୁ ମାତ୍‌ ଦେବାକୁ ଏକାଧିକ ଟିକାର ପରୀକ୍ଷା କରାଯାଉଛି। ଅଧିକାଂଶ ଟିକା ଫେଜ-୩ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅର୍ଥାତ ପୂର୍ବ ଦୁଇଟି ଫେଜରେ ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ଆମେ ସଫଳତା ଦିଗରେ ଆଗେଇ ଚାଲିଛୁ। ହେଲେ ୨୦୨୧ ପ୍ରଥମ ଭାଗରେ ହିଁ ଲୋକମାନେ କରୋନା ଟିକା ପାଇପାରିବେ।

କରୋନା ଟିକା ସମଗ୍ର ବିଶ୍ୱକୁ ଦରକାର। ଏଥିପାଇଁ ଟିକା ଥରେ ପ୍ରସ୍ତୁତ ହୋଇଗଲେ, ଏହାର ଉତ୍ପାଦନ କେମିତି ବୃଦ୍ଧି କରାଯିବ ତା’ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାମ କରୁଛି। ସବୁ ଦେଶକୁ ସମାନ ଭାବେ ଟିକା ବିତରଣ କରାଯିବ। ଟିକା କୌଣସି ଧନୀଙ୍କର ନୁହେଁ କି କୌଣସି ଗରିବଙ୍କ ପାଇଁ ନୁହେଁ। ଏହା ସମସ୍ତଙ୍କ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ଏବେ ଠାରୁ ନିଜ ଦେଶ ପାଇଁ କରୋନା ଟିକା କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛି। Pfizer Inc ଓ German biotech BioNTech ଦ୍ୱାରା ପ୍ରସ୍ତୁତ କରାଯାଉଥିବା କରୋନା ଟିକାର ୧୦୦ ମିଲିୟନ ଡୋଜ୍‌ କିଣିବାକୁ ଆମେରିକା ୧.୯୫ ବିଲିୟନ ଡଲାର ଦେବାକୁ ରାଜି ହୋଇଛି। ତେବେ Pfizer Inc ଓ German biotech BioNTech ପ୍ରସ୍ତୁତ କରିଥିବା ଟିକାର ଫେଜ୍‌-୩ ଟ୍ରାଏଲ ଏଯାଏ ଶେଷ ହୋଇନାହିଁ।

The post ଲୋକଙ୍କ ଆଶାରେ ପାଣି ପକାଇ ଦେଲା ହୁ’: କରୋନା ଟିକାକୁ ନେଇ ଦେଲା ବଡ଼ ବୟାନ appeared first on Odisha Reporter.



from Odisha Reporter https://ift.tt/2EcmrzV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages