ଆଖି ବୁଜିଲେ ୪ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ଆଖି ବୁଜିଲେ ୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୪ ମୃତକ ପୁରୁଷ। ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ କଟକର। କଟକରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ଡାଇବେଟିସ୍ ସହିତ ଲିଭର ଜନିତ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ।

ଗଞ୍ଜାମର ୩ ମୃତକଙ୍କ ମଧ୍ୟରୁ ଜଣେ ୭୦ ବର୍ଷୀୟ ବୃଦ୍ଧ। ସେ ଡାଇବେଟିସ୍‌ରେ ମଧ୍ୟ ପୀଡ଼ିତ ଥିଲେ। ଅନ୍ୟ ଜଣେ ହେଉଛନ୍ତି ୬୦ ବର୍ଷୀୟ ବୃଦ୍ଧ। ସେ ବି ଡାଇବେଟିସ୍‌ରେ ପୀଡ଼ିତ ଥିଲେ। ତୃତୀୟ ବ୍ୟକ୍ତି ଜଣଙ୍କୁ ୫୩ ବର୍ଷ ହୋଇଥିଲା।

ସେହିଭଳି କରୋନାରେ ଆକ୍ରାନ୍ତ ଆଉ ୨ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ କ୍ୟାନସର ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କଟକର ୮୦ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜର ୪୫ ବର୍ଷୀୟ ବ୍ୟକ୍ତି।

ଆଉ ତିନି ଜଣଙ୍କ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିଥିବା ବେଳେ କଟକରେ ୫ ହୋଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ, ବରଗଡ଼, ସୁନ୍ଦରଗଡ଼, ଅନୁଗୋଳ, ଯାଜପୁର ଓ ଗଜପତିରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬,୪୮୬ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୩,୫୫୭ ଜଣ ଚିକିତ୍ସାଧୀନ ଅଛନ୍ତି।

The post ଆଖି ବୁଜିଲେ ୪ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3f5Q0AP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages