ବିଦେଶ ପଳାଇବାର ୨ ବର୍ଷ ପରେ ବ୍ୟବସାୟୀଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ବିଦେଶ ପଳାଇବାର ୨ ବର୍ଷ ପରେ ବ୍ୟବସାୟୀଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ: ପଞ୍ଜାବ ବାସମତି ରାଇସ ଲିମିଟେଡର ନିର୍ଦ୍ଦେଶକ ମନଜିତ ସିଂହ ମଖନି ୬ଟି ବ୍ୟାଙ୍କରୁ ଉଠାଇଥିବା ୩୫୦ କୋଟି ଟଙ୍କାର ଲୋନ୍ ନ ସୁଝି ବିଦେଶ ପଳାଇଥିବା ଅଭିଯୋଗ ହୋଇଛି। ଏବେ ମନଜିତ କାନାଡାରେ ରହୁଥିବା ସୂଚନା ରହିଛି। ସେ ବିଦେଶ ପଳାଇବାର ଦୁଇ ବର୍ଷ ପରେ ତାଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଛି।

ବ୍ୟାଙ୍କ ଗୁଡ଼ିକ ଅଭିଯୋଗ ଦାଖଲ କରିବା ପରେ ସିବିଆଇ ଅମ୍ରିତସର ସ୍ଥିତ ଏହି ରାଇସ୍ ମିଲ୍ ନାମରେ ମାମଲା ରୁଜୁ କରିବା ସହିତ ମନଜିତ, ତାଙ୍କ ପୁଅ କୁଲବିନ୍ଦର, ବୋହୂ ଜସମିତ କୌର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନାମରେ ଠକେଇ ମାମଲା ରୁଜୁ କରିଛି।

ଏତଲା ଅନୁଯାୟୀ, କାନାଡା ବ୍ୟାଙ୍କରୁ ୧୭୫ କୋଟି, ଆନ୍ଧ୍ରା ବ୍ୟାଙ୍କରୁ ୫୩ କୋଟି, ୟୁବିଆଇ ବ୍ୟାଙ୍କରୁ ୪୪ କୋଟି, ଓବିସି ବ୍ୟାଙ୍କରୁ ୨୫ କୋଟି, ଆଇଡିବିଆଇ ବ୍ୟାଙ୍କରୁ ୧୪ କୋଟି, ୟୁକୋ ବ୍ୟାଙ୍କର ୪୧ କୋଟି ଟଙ୍କା ମନଜିତ ତାଙ୍କ ରାଇସ ମିଲ କମ୍ପାନୀ ପାଇଁ ଲୋନ୍ ନେଇଥିଲେ। ସେ ଲୋନ୍ ପରିଶୋଧ ନ କରିବା ପରେ କାନାଡା ବ୍ୟାଙ୍କ ୨୫ ଏପ୍ରିଲ ୨୦୧୮ରେ, ଆନ୍ଧ୍ରା ବ୍ୟାଙ୍କ ୩୧ ମାର୍ଚ୍ଚ ୨୦୧୮ରେ, ଓବିସି ବ୍ୟାଙ୍କ ୨୭ ଜୁନ୍ ୨୦୧୮ରେ, ଆଇଡିବିଆଇ ବ୍ୟାଙ୍କ ୩୧ ମାର୍ଚ୍ଚ ୨୦୧୮ରେ, ୟୁବିଆଇ ବ୍ୟାଙ୍କ ୩୦ ଏପ୍ରିଲ ୨୦୧୮ରେ ଏବଂ ୟୁକୋ ବ୍ୟାଙ୍କ ୩୧ ମାର୍ଚ୍ଚ ୨୦୧୮ରେ ଏନପିଏ ଘୋଷଣା କରିଥିଲେ।

ଏନପିଏ ଘୋଷଣା କରିବା ପରେ ୬ଟି ଯାକ ବ୍ୟାଙ୍କ ୨୦୧୯ରେ ଆରବିଆଇକୁ ଏ ବାବଦରେ ଅବଗତ କରାଇଥିଲେ। ସେମାନେ ଲୋନ୍ ଦେଇ ଠକେଇ ଶିକାର ହୋଇଛନ୍ତି ବୋଲି ଗତ ବର୍ଷ ମାର୍ଚ୍ଚରେ ୬ଟି ଯାକ ବ୍ୟାଙ୍କ ଆରବିଆଇକୁ କହିଥିଲେ। ଏ ନେଇ ସିବିଆଇ ତଦନ୍ତ ମଧ୍ୟ ଦାବି କରିଥିଲେ। ଗତ ମାସରେ ସିବିଆଇ ମାମଲା ରୁଜୁ କରିଥିଲା।

ଅନ୍ୟପଟେ ମନଜିତ ସିଂହ ୨୦୧୮ ପ୍ରାରମ୍ଭରୁ କାନାଡ଼ା ପଳାଇଛନ୍ତି। କାନାଡ଼ା ବ୍ୟାଙ୍କ ଏ ବାବଦରେ ଜାଣିବା ପରେ ମନଜିତ ସିଂହଙ୍କ ପାସପୋର୍ଟ ରଦ୍ଦ କରାଯାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ୨୦୦୩ରୁ କାନାଡ଼ା ବ୍ୟାଙ୍କରୁ ମନଜିତଙ୍କ କମ୍ପାନୀ ଋଣ ନେଉଥିଲା। ଏହାପରେ ୨୦୧୨ରେ କାନାଡ଼ା ବ୍ୟାଙ୍କ ଆଉ ୫ଟି ବ୍ୟାଙ୍କକୁ ଯୋଡ଼ି ପଞ୍ଜାବ ବାସମତି ରାଇସ ଲିମିଟେଡକୁ ଋଣ ଦେବା ବ୍ୟବସ୍ଥା କରିଥିଲା। ଏହାପରେ କାନାଡା ବ୍ୟାଙ୍କ ନେତୃତ୍ୱ ନେଇ ଆନ୍ଧ୍ରା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଓବିସି, ୟୁବିଆଇ ଏବଂ ୟୁକୋ ବ୍ୟାଙ୍କରୁ ଋଣ ବ୍ୟବସ୍ଥା କରିଥିଲା।

The post ବିଦେଶ ପଳାଇବାର ୨ ବର୍ଷ ପରେ ବ୍ୟବସାୟୀଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/2YSklNu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages