ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପବିତ୍ର ରଥଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଗତକାଲି ମହାପ୍ରଭୁ ସୁନାରେ ସଜେଇ ହୋଇଥିଲେ। ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ତିନି ଠାକୁର। କିନ୍ତୁ ଭକ୍ତଶୂନ୍ୟ ଥିଲା ବଡ଼ଦାଣ୍ଡ ଆଉ ସିଂହଦ୍ୱାର। କୋଭିଡ୍ କଟକଣା ମହାପ୍ରଭୁଙ୍କର ଏହି ବେଶକୁ ଦେଖିବା ପାଇଁ କୋଟି କୋଟି ଭକ୍ତ ଟେଲିଭିଜନ୍‌ର ସାହାରା ନେଇଥିଲେ। କିନ୍ତୁ ଅଭିନେତା ବାବୁସାନ୍‌ ମହାନ୍ତି ଟିକେ ନିଆରା ଢଙ୍ଗରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଭିଡିଓ କଲ୍‌ ମାଧ୍ୟମରେ ବାବୁସାନ୍‌ ଗତକାଲି ଶ୍ରୀଜଗନ୍ନାଥଙ୍କର ସୁନାବେଶ ଦର୍ଶନ କରିଥିଲେ। ଭିଡିଓ କଲ୍‌ ସମୟର ଏକ ସ୍କ୍ରିନ୍‌ଶଟ୍‌ ନେଇ ସେ‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି। ଫଟୋ ଶେଆର କରି ବାବୁ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ। ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଏହଂ ସମୃଦ୍ଧିରେ ଭରି ଦିଅନ୍ତୁ।

ତେବେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଗତକାଲି ବାବୁସାନ୍‌ ପ୍ରଥମ ଥର ଫୋନ୍‌ର ସାହାଯ୍ୟ ନେଇ ନଥିଲେ। ରଥଯାତ୍ରା ଦିନ ମଧ୍ୟ ସେ ଭିଡିଓ କଲ୍‌ ମାଧ୍ୟମରେ ଠାକୁରଙ୍କ ଦର୍ଶନ କରିଥିଲେ। ସେଦିନ ମଧ୍ୟ ସେ ଭିଡିଓ କଲ୍ ସମୟର ଏକ ସ୍କ୍ରିନ୍‌ସଟ୍‌ ଶେଆର କରି ଲେଖିଥିଲେ- ଏହି ମହାମାରୀ ସମୟରେ ଠାକୁରଙ୍କର ଡିଜିଟାଲ୍‌ ଦର୍ଶନ କରିବାର ସୁଯୋଗ ମିଳିଲା। ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ। ଏହି ଭିଡିଓ କଲ୍‌ କରିଥିବା ସେବାୟତଙ୍କୁ ମଧ୍ୟ ବାବୁ ଧନ୍ୟବାଦ ଜଣାଇଛନ୍ତି।

 

The post ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌ appeared first on Odisha Reporter.



from Odisha Reporter https://ift.tt/3gp2weC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages