ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ପଣ୍ଡ; ଟିଟୋ ଗ୍ୟାଙ୍ଗର ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 27, 2020

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ପଣ୍ଡ; ଟିଟୋ ଗ୍ୟାଙ୍ଗର ୪ ଗିରଫ

କଟକ(ଓଡ଼ିଶା ରିପୋର୍ଟର): ଜାତୀୟ ରାଜପଥରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମକୁ ପଣ୍ଡ କରିଛି ପୁଲିସ୍‌। ଟିଟୋ ଗ୍ୟାଙ୍ଗର ୪ଜଣ ସହଯୋଗୀଙ୍କୁ ଗିରଫ କରିଛି କଟକ ଜିଲ୍ଲା ଚାଉଳିଆଗଞ୍ଜ  ପୁଲିସ୍‌। ଦୁର୍ବୃତ୍ତଙ୍କଠାରୁ ଗୋଟିଏ ବନ୍ଧୁକ ସହ ମାରଣାସ୍ତ୍ର, ୩ ରାଉଣ୍ଡ ଗୁଳି, ୨ଟି ମୋଟରସାଇକେଲ ଓ ମୋବାଇଲ ଜବତ କରାଯାଇଛି ।

ଦୁର୍ଦ୍ଦାନ୍ତ ଅପରାଧୀ ଅଖନାର ସହଯୋଗୀ ଭାବେ ଏମାନେ ଅପରାଧ ଘଟାଇଥାନ୍ତି ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଲୁଟ୍, ଦାଦାବଟି ଆଦାୟ ଭଳି ସଙ୍ଗିନ ମାମଲା ରହିଛି ।

ଲକ୍‌ଡାଉନ୍‌ ନିୟମ ପାଳନର କଡ଼ାକଡ଼ି ଯାଞ୍ଚ ପୁଲିସ୍‌ କରୁଥିବା ବେଳେ ଖୁଲମଖୁଲା ଅପରାଧ ଘଟାଉଛନ୍ତି ଅପରାଧୀ। କେତେବେଳେ ବନ୍ଧୁକ ମୁନରେ ପୁଲିସ୍‌ଠୁ ଲୁଟୁଛନ୍ତି, ତ କେତେବଳେ ଘରେ ପଶି ମରଣାନ୍ତକ ଆକ୍ରମଣ କରୁଛନ୍ତି।

The post ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ପଣ୍ଡ; ଟିଟୋ ଗ୍ୟାଙ୍ଗର ୪ ଗିରଫ appeared first on Odisha Reporter.



from Odisha Reporter https://ift.tt/3044agr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages