ନୂଆଦିଲ୍ଲୀ: ସୁନା ଦର ଆଜି ପୁଣି ବଢ଼ିଛି। ଆଜି ସୁନା ୧୦ ଗ୍ରାମ ପ୍ରତି ୫୨,୪୩୫ ଟଙ୍କାରେ ପହଞ୍ଚି ଯାଇଛି। ଗତକାଲି ଏହି ଦର ୫୨,୪୧୪ ଟଙ୍କା ଥିଲା। ଅନ୍ୟପକ୍ଷରେ ରୂପାର କିଲୋଗ୍ରାମ ପ୍ରତି ଦର ୬୭,୫୬୦ ଟଙ୍କାରେ ପହଞ୍ଚି ଯାଇଛି, ଯାହା ଗତ ୮ ବର୍ଷରେ ସବୁଠୁ ଅଧିକ ରହିଛି। ଯଦି ଏମିତି ଚାଲେ ତା’ହେଲେ ଦୀପାବଳି ବେଳକୁ ରୂପାର କିଲୋ ପ୍ରତି ଦର ୭୫ ହଜାର ଛୁଇଁଯିବ ବୋଲି କୁହାଯାଉଛି।
ବ୍ୟାଙ୍କ ଅଫ୍ ଆମେରିକାର ଆକଳନ ଯଦି ସତ ହୁଏ, ତା’ହେଲେ ୨୦୨୧ ଶେଷ ସୁଦ୍ଧା ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୭୩,୦୦୦ ଟଙ୍କାରେ ପହଞ୍ଚିଯିବ।
The post ପୁଣି ବଢ଼ିଲା ସୁନା ଦର appeared first on Odisha Reporter.
from Odisha Reporter https://ift.tt/304KEQW
No comments:
Post a Comment