‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 15, 2020

‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି କ୍ରମରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନଲାଇନ୍ ପାଠପଢ଼ା ଆୟୋଜନ କରାଯାଉଛି। ଏହାକୁ ନଜରରେ ରଖି ମାନବସମ୍ବଳ ବିକାଶ ମନ୍ତ୍ରାଳୟ ବା ଏମଏଚଆରଡି ପକ୍ଷରୁ ନୂତନ ଗାଇଡଲାଇନ୍ ଜାରି କରାଯାଇଛି।

‘ପ୍ରଗ୍ୟାତା’ (pragyata) ନାମକ ଏହି ନୂତନ ଗାଇଡଲାଇନରେ ପ୍ରାକ୍ ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ପାଇଁ ଗୋଟିଏ ଦିନରେ ଅନଲାଇନ କ୍ଲାସର ଅବଧି ୩୦ ମିନିଟରୁ ଅଧିକ ନ ରଖିବା ପାଇଁ ପରାମର୍ଶ ଦିଆଯାଇଛି। କ୍ଲାସ୍ ୧ରୁ ୮ମ ପର‌୍ୟ୍ୟନ୍ତ ୪୫ ମିନିଟ୍ ଅବଧି ବିଶିଷ୍ଟ ଦୁଇଟି ଅନଲାଇନ ସେସନ ଏବଂ ୯ମ ରୁ +୨ ପର‌୍ୟ୍ୟନ୍ତ ୩୦-୪୫ ମିନଟ୍ ଅବଧି ବିଶିଷ୍ଟ ୪ଟି ଅନଲାଇନ୍ ସେସନ କରାଯିବାକୁ ଗାଇଡଲାଇନ୍ ଜାରି କରାଯାଇଛି।

ପ୍ରାକ୍ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସେମାନଙ୍କ ପିତାମାତାଙ୍କ ସହ ଆଲୋଚନାର ସୁବିଧା ରହିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର‌୍ୟ୍ୟନ୍ତ ଏନସିଇଆରଟି ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଅନୁସରଣ କରିବାକୁ ପଡ଼ିବ। ଏଥିସହ ଅନଲାଇନ ପାଠପଢ଼ା ସମୟରେ ମୁହଁଠାରୁ ଏକ ଫୁଟ ଦୂରରେ ମୋବାଇଲ ରଖିବାକୁ ମଧ୍ୟ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ବିଶ୍ୱ ମହାମାରୀ କୋଭିଡ୍-୧୯ ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସ୍କୁଲରେ ନାମ ଲେଖାଇଥିବା ଦେଶର ୨୪୦ ମିଲିୟନରୁ ଅଧିକ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ସ୍କୁଲ ବନ୍ଦ ଅବଧି ଅବ୍ୟାହତ ରହିବା ଦ୍ୱାରା ପିଲାଙ୍କ ପାଠପଢ଼ା କ୍ଷତି ହୋଇପାରେ।

The post ‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି appeared first on Odisha Reporter.



from Odisha Reporter https://ift.tt/3h5cqm2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages