ସମ୍ବଲପୁର: ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବୁର୍ଲା ଭିମସାରରେ ୭ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲର ୩ ଡାକ୍ତର ଓ ୪ ନର୍ସ କରୋନା ସଂକ୍ରମିତ। ୭ କର୍ମଚାରୀ ପଜିଟିଭ ଜଣାପଡ଼ିବା ପରେ ହସ୍ପିଟାଲକୁ ସାନିଟାଇଜ୍ କରାଯାଇଥିଲା।
ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଭୟାବହତାକୁ ଦେଖି ଗତକାଲିଠାରୁ ବୁର୍ଲା ବଡ଼ ମେଡିକାଲ OPD ବନ୍ଦ ରହିଛି। ଏହା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜାରୀ ରହିବ। ଏହି ସମୟ ମଧ୍ୟ ସମସ୍ତ ଦୈନଦିନ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିବ। ତେବେ କାଜୁଆଲଟି ଓ ଜରୁରୀକାଳୀନ ଅସ୍ତ୍ରୋପଚାରକୁ ଅନୁମତି ଦିଆଯାଇଛି। ଏ ନେଇ ଜିଲ୍ଲାପାଳ ଗତକାଲି ବିଜ୍ଞପ୍ତି ପ୍ରକାଶ କରିଥିଲେ।
ସେହିପରି ଭିସୁଟକୁ ମଧ୍ୟ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
The post ଭୀମସାର ୪ କରୋନା ଯୋଦ୍ଧାଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/2OtSSvp
No comments:
Post a Comment