ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅମର ଦୁବେକୁ ଆଜି ପୁଲିସ୍ ଏନକାଉଣ୍ଟର କରିଛି। ହମିରପୁର ଜିଲ୍ଲା ମୌଦାହଠାରେ ଘଟିଥିବା ଏହି ଏନକାଉଣ୍ଟରେ ଅମର ପ୍ରାଣ ହରାଇଥିବା ପୁଲିସ୍ ସ୍ପଷ୍ଟ କରିଛି। ବିକାଶ ଭଳି ଅମର ଦୁବେ ମଧ୍ୟ ପୁଲିସ୍ର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା।
ତାକୁ ଉତ୍ତର ପ୍ରଦେଶ ପୁଲିସ୍ର ସ୍ୱତନ୍ତ୍ର ଟାକ୍ସ ଫୋର୍ସ(ଏସଟିଏଫ) ଦୀର୍ଘ ଦିନ ହେଲା ଖୋଜୁଥିଲା। ବିଶେଷ କରି ବିକାଶ ଦୁବେ ଗ୍ୟାଙ୍ଗ ଓ ପୁଲିସ୍ ମଧ୍ୟରେ କାନପୁର ଠାରେ ଘଟିଥିବା ଏନକାଉଣ୍ଟରରେ ଅମର ଦୁବେ ବି ସାମିଲ ଥିଲା। ବିକାଶର ସହଯୋଗୀମାନଙ୍କ ଗୁଳିରେ ୮ ଜଣ ପୁଲିସ୍ କର୍ମଚାରୀ ସହିଦ ହୋଇଥିଲେ।
ସେବେଠାରୁ ବିକାଶ ଓ ଅମର ସହ ଅନ୍ୟମାନଙ୍କୁ ଏସଟିଏଫ ଖୋଜିବା ଆରମ୍ଭ କରିଥିଲା। ଶେଷରେ ଆଜି ସକାଳୁ ମୌଦାହଠାରେ ଅମର ଲୁଚିଥିବା ଜଣାପଡ଼ିଥିଲା। ସେ ପୁଲିସ୍କୁ ଦେଖି ଖସିବାକୁ ଚେଷ୍ଟା କରୁଥିବା ବେଳେ ଗୁଳିମାଡ଼ରେ ପ୍ରାଣ ହରାଇଛି।
ଏହାପୂର୍ବରୁ ଦିଲ୍ଲୀ-ମଥୁରା ରାଜପଥରେ ଥିବା ଏକ ହୋଟେଲରେ ବିକାଶ ଦୁବେ ଲୁଚି ଥିବା ଖବର ମିଳିଥିଲା। ଫରିଦାବାଦର ବଦ୍ଧକାଲ ଚୌକ ଅଞ୍ଚଳରେ ଥିବା ଏକ ହୋଟେଲରେ ବିକାଶ ଲୁଚିଛି ବୋଲି ଖବର ମିଳିବା ପରେ ପୁଲିସ୍ ରେଡ୍ କରିଥିଲା। ପୁଲିସ୍ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ବିକାଶ ଖସି ଯିବାକୁ ସକ୍ଷମ ହୋଇଥିଲା।
ତେବେ ସେଠାରୁ ପୁଲିସ୍ ବିକାଶର ଜଣେ ସହଯୋଗୀକୁ ଗିରଫ କରିଛି। ସେ ମଧ୍ୟ ବିକାଶ ସହ ଏଠାରେ ରହୁଥିବା ସ୍ୱୀକାର କରିଛି। ଏହି ଘଟଣା ପରେ ଫରିଦାବାଦ ଓ ଗୁରୁଗ୍ରାମ ସହ ଦିଲ୍ଲୀର ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। କେବଳ ଉତ୍ତର ପ୍ରଦେଶ କିମ୍ବା ହରିଆଣା ନୁହେଁ ଦିଲ୍ଲୀ ପୁଲିସ୍ ମଧ୍ୟ ବିକାଶର ପତ୍ତା ସନ୍ଧାନରେ ଲାଗିଛି।
ଶୁକ୍ରବାର ପୁଲିସ୍ ଉପରକୁ ଗୁଳି ଚଳାଇ ନରସଂହାର କରିଥିବା ବିକାଶକୁ ପୁଲିସ୍ ବିଭିନ୍ନ ସ୍ଥାନରେ ଖୋଜୁଛି। ତା’ ବିଷୟରେ ସୂଚନା ଦେଲେ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ପ୍ରାୟ ୨୦ଟି ଟିମ୍ରେ ୨୦୦ ଜଣ ପୁଲିସ୍ ସଦସ୍ୟ ତଦନ୍ତ କାର୍ଯ୍ୟରେ ସାମିଲ ହୋଇଛନ୍ତି।
The post ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ ଅମରକୁ ଏନକାଉଣ୍ଟର କଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/2Zb7jed
No comments:
Post a Comment