ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 7, 2020

ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଚଳାଇଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାବାସୀଙ୍କ ଭୁବନେଶ୍ୱର ଯିବା ଉପରେ ରୋକା ଲଗାଇବାକୁ ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ୍ କରି ଦିଆଯାଇଛି। ଏନେଇ ଟ୍ୱିଟ କରି  ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଆଜିଠୁ  ୧୩ ତାରିଖ ଯାଏ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳକୁ ଶଟ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଘରକୁ ଘର ବୁଲି ସର୍ଭେ କରିବେ ସ୍ୱାସ୍ଥ୍ୟ କର୍ମୀ। ‘କରୋନା’ ଲକ୍ଷଣ ନେଇ ସର୍ଭେ ବେଳେ ସବୁ ଲୋକ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବାରୁ ବ୍ରହ୍ମପୁର ପାଇଁ ୧୦୦ଟି ଟିମ୍‌  ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଦୈନିକ ୧୫୦ ଲୋକଙ୍କ ସ୍କ୍ରିନିଂ କରିବାକୁ ଟାର୍ଗେଟ୍‌ କରାଯାଇଛି। ବହୁବିଧ ରୋଗାକ୍ରାନ୍ତ ଲୋକଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏଥିସହ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ମଧ୍ୟ କରାଯିବ। ଗ୍ରୁପରେ ନିୟମିତ ଯୋଗାଯୋଗ ସହ ଟେଲି ମେଡିସିନ ପରାମର୍ଶ ଦିଆଯିବ। ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ ଆଜି ସୁଦ୍ଧା ଜିଲ୍ଲାରେ ୨୬୨୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୦୫ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଜଣେ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

The post ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍ appeared first on Odisha Reporter.



from Odisha Reporter https://ift.tt/2O4L57d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages