କୋରାପୁଟ(ସୂର୍ଯ୍ୟ ପଣ୍ଡା): ଆଜିଠୁ ୫ ଦିନ ଯାଏ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ବନ୍ଦ ରହିବ। ଏମର୍ଜେନ୍ସି ବ୍ୟତୀତ ଅନ୍ୟ ସମସ୍ତ ବିଭାଗ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ମେଡିକାଲରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ମେଡିକାଲ ବନ୍ଦ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୧ରେ ପହଞ୍ଚିଛି। ସେଥିମଧ୍ୟରୁ ୨୨୧ ଜଣ ସୁସ୍ଥ ହୋଇ ସାରିଲେଣି। ୫୫୦ ଜଣ ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
The post ଆଜିଠୁ ୫ ଦିନ ଯାଏ ବନ୍ଦ ରହିବ ଏହି ମେଡିକାଲ କଲେଜ appeared first on Odisha Reporter.
from Odisha Reporter https://ift.tt/2BOH18G
No comments:
Post a Comment