ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୬,୫୦୬ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୬,୫୦୬ ପଜିଟିଭ

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ କରୋନା ଭାଇରସ। ପ୍ରଥମଥର ପାଇଁ ଦେଶରେ ମହାମାରୀ କରୋନା ଭାଇରସ ଦ୍ୱାରା ଗୋଟିଏ ଦିନରେ ୨୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୨୬,୫୦୬ ଜଣ କରୋନାରେ ଆକ୍ରାନ୍ତ ହେବାରୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୯୩,୮୦୨କୁ ବୃଦ୍ଧି ପାଇଛି।

ସେହିପରି ୨୪ ଘଣ୍ଟାରେ କରୋନା ଆଉ ୪୭୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧,୬୦୪ରେ ପହଞ୍ଚି ଯାଇଛି। ଏଯାଏ ୪,୯୫,୫୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୨,୭୬,୬୮୫ ରହିଛି।

ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଉଦବେଗ ଜନକ ରହିଛି। ଏଠାରେ ମୋଟ ୨,୩୦,୫୯୯ ଜଣ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁସଂଖ୍ୟା ୯୬୬୭ ରହିଥିବା ବେଳେ ୧,୨୭,୨୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତାମିଲନାଡୁରେ ଆକ୍ରାନ୍ତ ହୋଇଥିବା ୧,୨୬,୫୬୩ ଜଣଙ୍କ ମଧ୍ୟରୁ ୧୭୬୫ ଜଣ ପ୍ରାଣ ହରାଇଛନ୍ତି ଓ ୭୮,୧୬୧ ଜଣ ସୁସ୍ଥ ହୋଇଛନ୍ତି। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀରେ ଏଯାଏ କରୋନା ୩୨୫୮ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୧,୦୭,୦୫୧ ଜଣ ଆକ୍ରାନ୍ତ ହୋଇଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୨୭୭,ଅରୁଣାଚଳ ପ୍ରଦେଶରେ ୨, ଆସାମରେ ୨୨, ବିହାରରେ ୧୧୫, ଚଣ୍ଡିଗଡ଼ରେ ୭, ଛତିଶଗଡ଼ରେ ୧୫, ଗୋଆରେ ୯, ଗୁଜରାଟରେ ୨୦୦୮, ହରିଆଣାରେ ୨୮୭, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୧୫୪, ଝାରଖଣ୍ଡରେ ୨୩, କର୍ଣ୍ଣାଟକାରେ ୪୮୬, କେରଳରେ ୨୭, ଲଦାଖରେ ୧, ମଧ୍ୟପ୍ରଦେଶରେ ୬୩୪, ମେଘାଳୟରେ ୨, ଓଡ଼ିଶାରେ ୫୨, ପୁଡୁଚେରୀରେ ୧୪, ପଞ୍ଜାବ ୧୮୩, ରାଜସ୍ଥାନରେ ୪୯୧, ତେଲେଙ୍ଗାନାରେ ୩୩୧, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୪୬, ଉତ୍ତର ପ୍ରଦେଶରେ ୮୬୨ ଓ ପଶ୍ଚିମବଙ୍ଗରେ ୮୫୪ ଜଣ ପ୍ରାଣ ହରାଇଛନ୍ତି।

The post ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୬,୫୦୬ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/3gMZMIv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages