ଖଟିଆରେ ଯାଉ ଯାଉ ରାସ୍ତାରେ ପ୍ରସବ କଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ଖଟିଆରେ ଯାଉ ଯାଉ ରାସ୍ତାରେ ପ୍ରସବ କଲେ ମହିଳା

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମାଣ୍ଡାଡଙ୍ଗରି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନାଅନୁସାରେ, ଗାଁର ବିଷ୍ଣୁ ସାନ୍ତାଙ୍କ ସ୍ତ୍ରୀ ପରମା ସାନ୍ତା ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ପାରି ନଥିଲା। ଫଳରେ ଆମ୍ୱୁଲାନ୍ସ ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାରେ ଅଟକି ରହିଥିଲା। ତେଣୁ  ପରିବାର ଲୋକେ ଏକ ଖଟିଆରେ ଭାର କରି ପରମାଙ୍କୁ ୪ କିମି ବୋହି ଆମ୍ୱୁଲାନ୍ସ ନିକଟକୁ ଆଣୁଥିଲେ। ହେଲେ ଅଧା ବାଟରେ ପରାମା ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ।

ଖବର ପାଇ ଗାଁର ଅଙ୍ଗନୱାଡି ଏବଂ ସ୍ୱାସ୍ଥ୍ୟ କର୍ମୀ ପହଞ୍ଚିଥିଲେ। ଏହାପରେ ପ୍ରସୂତିଙ୍କୁ ପୁଣି ଖଟିଆରେ ବୋହି ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଆମ୍ୱୁଲାନ୍ସରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏବେ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

The post ଖଟିଆରେ ଯାଉ ଯାଉ ରାସ୍ତାରେ ପ୍ରସବ କଲେ ମହିଳା appeared first on Odisha Reporter.



from Odisha Reporter https://ift.tt/2WkSWlN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages