ୟୁଏଇ: କରୋନା ପାଇଁ କ୍ରିକେଟ ମ୍ୟାଚ ବାତିଲ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଆଇପିଏଲ ହେବନି ବୋଲି ଜଣାପଡ଼ିଛି। ହେଲେ ଏବେ ଏହି ମ୍ୟାଚକୁ ୟୁଏଇରେ ଆୟୋଜନ କରିବାକୁ ଯୋଜନା କରିଛି ବିସିସିଆଇ। କାରଣ ୟୁଏଇରେ କରୋନାର ସେତେଟା ପ୍ରଭାବ ନାହିଁ। ସେହିପରି ଶ୍ରୀଲଙ୍କାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ସେତେଟା ନାହିଁ। ଦୁଇ ଦେଶରେ ଏହି ମ୍ୟାଚକୁ ଆୟୋଜନ କରିବାକ ପାଇଁ ସୁଯୋଗ ରହିଥିଲେ ମଧ୍ୟ ମ୍ୟାଚକୁ ଆୟୋଜନ କରିବା ପାଇଁ ୟୁଏଇ କ୍ରିକେଟ ପ୍ରଶାସନ ଅଧିକ ଆଗଭର ଦେଖାଇଛି।
ଶୁକ୍ରବାର ବିସିସିଆଇ ଏବଂ ୟୁଏଇ କ୍ରିକେଟ ପ୍ରଶାସନ ବୋର୍ଡ଼ ସହିତ ଦୀର୍ଘ ସମୟ ଧରି ବୈଠକ ହୋଇଥିଲେ। ଏହି ବୈଠକରେ ଆଇପିଏଲ ବାବଦରେ ହୋଇଥିବା ଆଲୋଚନା ସଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି। ୟୁଏଇରେ ଆଇପିଏଲ ମ୍ୟାଚ ପାଇଁ ବିସିସିଆଇର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ରହିଥିବା ସୂଚନା ରହିଛି।
ସେହିପରି ଅକ୍ଟୋବର ଏବଂ ନଭେମ୍ୱରରେ ହେବାକୁ ଥିବା ଟି-ଟ୍ୱେଣ୍ଟିଂ ବିଶ୍ୱକପ ହେବନି ବୋଲି ଜଣାପଡ଼ିଛି। ଅକ୍ଟୋବର ୧୮ରୁ ନଭେମ୍ୱର ୧୫ ମଧ୍ୟରେ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟିଂ ମ୍ୟାଚ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ହେଲେ କରୋନାର ପ୍ରଭାବ ଅଷ୍ଟ୍ରେଲିଆରେ ମଧ୍ୟ ରହିଥିବାରୁ ସିରିଜ୍ ବାତିଲ କରିବା ପାଇଁ ଚିନ୍ତା କରାଯାଉଥିବା ସୂଚନା ରହିଛି। ତେବେ ଆଇସିସି ଆସନ୍ତା ସୋମବାର ଏ ବାବଦରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।
ଏବାବାଦ ଘରୋଇ କ୍ରିକେଟ ମ୍ୟାଚ ପାଇଁ ଡିସେମ୍ୱର ପୂର୍ବରୁ ବିସିସିଆଇ ଅନୁମତି ଦେବନି ବୋଲି ସୂଚନା ରହିଛି। ସାଧାରଣତଃ ଘରୋଇ କ୍ରିକେଟ ସେପ୍ଟେମ୍ୱର ଅନ୍ତିମ ସପ୍ତାହ ନହେଲେ ଅକ୍ଟୋବର ଆରମ୍ଭରୁ ହୋଇଥାଏ।
The post ଆଇପିଏଲ ହେବ କି ନାହିଁ? ବିସିସିଆଇ ବୈଠକରୁ ଆସିଲା ସକାରାତ୍ମକ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/3eDddJy
No comments:
Post a Comment