ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜଙ୍ଗଲ ଡିଭିଜନ ଅଧିନସ୍ଥ ବାଲୁଗାଁ ବରବରା ରେଞ୍ଜରେ ଉଜୁଡା ଓ କ୍ଷତିଗ୍ରସ୍ତ ଜଙ୍ଗଲ ବନୀକରଣ ନିମନ୍ତେ ମଞ୍ଜୁର ହୋଇଥିବା କାମ୍ପା ଫଣ୍ଡରେ ମହାକେଳେଙ୍କାରୀ ହୋଇଥିବା ଭିଡିଓ ସାମନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଥିଲା। ଏହି ମହାଦୁର୍ନୀତିର ମହାନାୟକ ବାଲୁଗାଁ ଫରେଷ୍ଟ ରେଞ୍ଜର ଅଜୟ ଜଗଦ୍ଦେବଙ୍କୁ ତୁରନ୍ତ ବଦଳି କରି ଦିଆଯାଇଛି। ତାଙ୍କୁ ଭୁବନେଶ୍ୱର RCCFକୁ ବଦଳି କରିଛନ୍ତି PCCF । ଅଜୟ ଜଗଦ୍ଦେବ ଉଭୟ ବାଲୁଗାଁ ଓ ଟାଙ୍ଗି ରେଞ୍ଜ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ ଖୋର୍ଦ୍ଧା ଫରେଷ୍ଟ ରେଞ୍ଜର ଉତ୍ତମ ଗଡ଼ନାୟକଙ୍କୁ ବାଲୁଗାଁ ରେଞ୍ଜକୁ ବଦଳି କରାଯାଇଛି ଏବଂ ରଣପୁର ଫରେଷ୍ଟ ରେଞ୍ଜର ଶରତ ଚନ୍ଦ୍ର ଶତପଥୀଙ୍କୁ ଟାଙ୍ଗି ରେଞ୍ଜକୁ ବଦଳି କରାଯାଇଛି ।
ସୂଚନାଯୋଗ୍ୟ, ଉଜୁଡା ଓ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ଏବଂ ପୁନଃ ବନୀକରଣ ନିମନ୍ତେ ସମଗ୍ର ରାଜ୍ୟକୁ ୫୯୨ କୋଟିର ଅନୁଦାନ ମିଳିଥିଲା। ସେଥିମଧ୍ୟରୁ ବାଲୁଗାଁ ବରବରା ରେଞ୍ଜକୁ ୨ଟି ପର୍ଯ୍ୟାୟରେ ପ୍ରାୟ ୭୭ ଲକ୍ଷ ଟଙ୍କା ଆସିଥିଲା। ପ୍ରଥମେ ମାର୍ଚ୍ଚ ୨୩ ତାରିଖରେ ୬୯ ଲକ୍ଷ ୬୮ ହଜାର ଆସିଥିବା ବେଳେ ମାର୍ଚ୍ଚ ୨୯ ତାରିଖରେ ୭ ଲକ୍ଷ ଟଙ୍କା ଆସିଥିଲା। ହେଲେ ବାଲୁଗାଁ ବରବରା ରେଞ୍ଜର ଏ. କେ. ଜଗଦ୍ଦେବ ଅଭିନବ ଉପାୟରେ କାମ୍ପା ଫଣ୍ଡ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଏହି ଟଙ୍କା ଖୋର୍ଦ୍ଧା ଡିଏଫଓ, ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ପଠାଇଥିଲେ। ମାତ୍ର ଏସବୁ ଟଙ୍କା କୌଣସି ହିତାଧିକାରୀଙ୍କ ଆକାଉଣ୍ଟକୁ ପଠା ନ ଏପରି କିଛି ବ୍ୟକ୍ତିଙ୍କ ପାଖକୁ ଯାଇଛି ପରବର୍ତ୍ତୀ ସମୟରେ ଯାହା ପାଖରୁ ଟଙ୍କା ଆସି ପାରିବ। ସମ୍ପୂର୍ଣ୍ଣ ସଲାସୁତରା ଓ ପୂର୍ବ ଯୋଜନା ଅନୁଯାୟୀ, ଏଭଳି କାରବାର ହୋଇଥିବା ଜଣାଯାଇଛି। ତେବେ ଟଙ୍କା ଆସିଥିଲା ବାଲୁଗାଁ ରେଞ୍ଜରେ ଖର୍ଚ୍ଚ ହେବାକୁ, ହେଲେ ନୟାଗଡ଼, ରଣପୁର ଓ ଟାଙ୍ଗି ଅଞ୍ଚଳର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିଥିବା ଅନୁସନ୍ଧାନରୁ ଜଣାଯାଇଛି। ତେବେ କେଉଁ ବାବଦରେ ଟଙ୍କା ଆସିଲା ଏବଂ କାହିଁକି ଉଠାଇ ନିଆଗଲା, ସେ ରହସ୍ୟ ଧରି ପାରୁ ନାହାନ୍ତି ଆକାଉଣ୍ଟଧାରୀ। ଏ ସବୁ ଟଙ୍କା ରେଞ୍ଜର ଉଠାଇ ନେଇଥିବା ହିତାଧିକାରୀମାନେ କହିଛନ୍ତି। କେବଳ ଏତିକି ନୁହେଁ, ମଜୁରୀ ପାଇଥିବା ଲୋକଙ୍କଠାରୁ ଜୋର ଜବରଦସ୍ତ ୫୦ ପ୍ରତିଶତ କମିଶନ ମାଗୁଥିବା ବି ଅଭିଯୋଗ ହୋଇଛିା
The post କାମ୍ପା କେଳେଙ୍କାରୀ; ବଦଳିଲେ ରେଞ୍ଜର appeared first on Odisha Reporter.
from Odisha Reporter https://ift.tt/3jhQupF
No comments:
Post a Comment