ଭୋପାଳ: ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ପରଲୋକ ହୋଇଯାଇଛି। ଅସୁସ୍ଥତା ହେତୁ ଗତମାସରୁ ତାଙ୍କୁ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସେ ଶେଷନିଃଶ୍ୱାସ ତ୍ୟାଗ କରିଥିବା ନେଇ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଲାଲଜୀ ଟଣ୍ଡନଙ୍କୁ ୮୫ ବର୍ଷ ହୋଇଥିଲା।
ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ତଥା ଜ୍ୱର ହେବାରୁ ଗତ ମାସ ୧୧ ତାରିଖରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ୧୪ ତାରିଖରେ ତାଙ୍କ ଲିଭର୍ରେ ଏକ ଅପରେସନ୍ କରାଯାଇଥିଲା। ସେବଠାରୁ ସେ ହସ୍ପିଟାଲ୍ରେ ଥିଲେ।
୧୨ ବର୍ଷ ବୟସରୁ ଲାଲଜୀ ଟଣ୍ଡନ ସଂଘ ସହିତ ଜଡ଼ିତ ହୋଇଥିଲେ। ଆଉ ଏହି କ୍ରମରେ ତାଙ୍କର ଅଟଳ ବିହାର ବାଜପେୟୀଙ୍କ ସହିତ ସାକ୍ଷାତ ହୋଇଥିଲା। ସେମାନେ ଖୁବ୍ ଘନିଷ୍ଠ ଥିଲେ। ଯେତେବେଳେ ସ୍ୱର୍ଗତ ବାଜପେୟୀ ଲକ୍ଷ୍ନୌ ଆସନ ଛାଡ଼ି ଦେଲେ ସେତେବେଳେ ଏହା ଲାଲଜୀ ଟଣ୍ଡନଙ୍କୁ ମିଳିଥିଲା। ୨୦୦୯ରେ ସେ ଏହି ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ।
୧୯୬୦ ମସିହାରୁ ଲାଲଜୀ ଟଣ୍ଡନଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା। ସେ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ଦୁଇ ଥର ନିର୍ବାଚିତ ହୋଇଥିଲା। ୧୯୭୮ ରୁ ୧୯୮୪ ଓ ୧୯୯୦ ରୁ ୧୯୯୬ ପର୍ଯ୍ୟନ୍ତ ସେ ବିଧାନ ପରିଷଦର ସଦସ୍ୟ ଥିଲେ। ସେ ଉତ୍ତର ପ୍ରଦେଶ ବିଧାନସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ। ୧୯୯୬ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ। ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ ସେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ (୧୯୯୧ ରୁ ୧୯୯୨) ଥିବା ବେଳେ ସେ ମନ୍ତ୍ରୀ ହୋଇଥିଲେ। ସେହିପରି ବିଏସ୍ପି-ବିଜେପି ମେଣ୍ଟରେ ମାୟାବତୀଙ୍କ ନେତୃତ୍ୱରେ ହୋଇଥିବା ସରକାରରେ ସେ ୧୯୯୭ରୁ ୧୯୯୯ ପର୍ଯ୍ୟନ୍ତ ମନ୍ତ୍ରୀ ହୋଇଥିଲେ।
୨୦୧୯ ଜୁଲାଇ ମାସରେ ମଧ୍ୟ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ବିହାରର ରାଜ୍ୟପାଳ ଥିଲେ। ସେ ପ୍ରାୟ ବର୍ଷେ ଧରି ବିହାରର ରାଜ୍ୟପାଳ ରହିଥିଲେ।
ଲାଲଜୀ ଟଣ୍ଡନଙ୍କ ପରଲୋକ ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ଶ୍ରୀ ଲାଲଜି ଟଣ୍ଡନଙ୍କର ସାମ୍ବିଧାନିକ ପ୍ରସଙ୍ଗ ଗୁଡ଼ିକରେ ଗଭୀର ଜ୍ଞାନ ଥିଲା। ସେ ଅଟଳ ବିହାରୀ ବାଜପେୟୀଙ୍କ ଖୁବ୍ ଘନିଷ୍ଠ ଥିଲେ। ସେ ଉତ୍ତର ପ୍ରଦେଶରେ ବିଜେପିକୁ ମଜବୁତ କରିଥିଲେ। ସେ ଜଣେ ପ୍ରଭାବଶାଳୀ ପ୍ରଶାସକ ଥିଲେ ଓ ସବୁବେଳେ ଜନକଲ୍ୟାଣକୁ ଗୁରୁତ୍ୱ ଦେଉଥିଲେ।
Shri Lalji Tandon was well-versed with constitutional matters. He enjoyed a long and close association with beloved Atal Ji.
In this hour of grief, my condolences to the family and well-wishers of Shri Tandon. Om Shanti.
— Narendra Modi (@narendramodi) July 21, 2020
The post ମଧ୍ୟ ପ୍ରଦେଶ ରାଜ୍ୟପାଳଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3jnhyUL
No comments:
Post a Comment