ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 20, 2020

ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହେଉଥିବାରୁ ଗଞ୍ଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ କଟକ ଏସସିବିରେ ପ୍ଲାଜମା ଥେରାପି କରାଯାଇଥିଲା। ଯେଉଁ ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି  ଦ୍ୱାରା ଚିକିତ୍ସା କରାଯାଇଥିଲା, ସେମାନେ ପ୍ରାୟତଃ ସୁସ୍ଥ ହେଲେଣି। ତେଣୁ ରାଜ୍ୟର କରୋନା ହଟ୍‌ସ୍ପଟ୍‌ ଗଞ୍ଜାମ ଜିଲ୍ଲାରେ ବି ଏହି ଚିକିତ୍ସା ପଦ୍ଧତି ଆପଣେଇବାକୁ ନିଷ୍ପତ୍ତି ନିଆଯାଇଛି। ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ପ୍ରଥମେ ପ୍ରୟୋଗ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବ୍ରହ୍ମପୁର ଅମିତ ହସ୍ପିଟାଲରେ ୧୬ ICU ବେଡ୍ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ। କଟକ ଅଶ୍ୱିନୀ ହସ୍ପିଟାଲ ଏହାକୁ ପରିଚାଳନା କରିବ। ଗଞ୍ଜାମରେ କୋଭିଡ୍ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ଦୁଇ ଜଣ ଆଇଏଏସ୍ ଅଫିସର, ୨୫ ଓଏଏସ ଅଫିସର, ୧୦୫ ଜଣ ଓଆରଏସ୍ ଅଫିସର୍, ୩୦ ଜଣ ଏମ୍‌ବିବିଏସ୍ ଡାକ୍ତର, ୧୦୦ ଆୟୁଷ ଡାକ୍ତର ଓ ୨୭ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି। ୩ଜଣ ଡିଏସ୍‌ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର୍ ଓ ୧୦ ପ୍ଲାଟୁନ ପୁଲିସ୍‌  ଗଞ୍ଜାମ ପଠାଇବାକୁ ନିଷ୍ପତ୍ତି ହୋଇଛି।

The post ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି appeared first on Odisha Reporter.



from Odisha Reporter https://ift.tt/3fPZFf1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages