ଭଞ୍ଜନଗର (ରାଜେଶ ପଣ୍ଡା): ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଭାସ୍କର ସାହୁ। ସେ ସଂସ୍କୃତ ଶିକ୍ଷକ ଥିଲେ। ସେ କୋଭିଡ କେୟାର ହୋମ୍ରେ ଡ୍ୟୁଟି କରୁଥିଲେ। ତାଙ୍କ ଘର ସୋରଡ଼ା ବ୍ଲକ ସରାବାଡ଼ି ଗାଁରେ।
ଗତ ୧୫ ତାରିଖରେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ନେଇ ନିଜ ଶ୍ୱଶୁର ଘର କାଳଷଣ୍ଢପୁର ଗାଁରେ ରହି ଚିକିତ୍ସିତ ହେଉଥିଲେ। ହେଲେ ୨୧ ତାରିଖ ରାତିରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତେଣୁ ତାଙ୍କୁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨୨ ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ନିଜ ଗାଁ ସରାବାଡ଼ିକୁ ଅଣାଯାଇଥିଲା। ସେଠାରେ ଏକ ଡାକ୍ତର ଟିମ୍ ତାଙ୍କର କୋଭିଡ ଟେଷ୍ଟ୍ କରାଇଥିଲେ। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ପରିବାର ଲୋକେ ସ୍ୱତନ୍ତ୍ର ପିପି କିଟ୍ ପିନ୍ଧି ତାଙ୍କର ଶବ ସଂସ୍କାର କରିଥିଲେ।
ତାଙ୍କ ବାପା ଓ ଭାଇ ମଧ୍ୟ ଜ୍ୱର, କାଶରେ ପୀଡ଼ିତ ଅଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲରେ ତାଙ୍କ ବାପା ଚିକିତ୍ସିତ ହୋଉଛନ୍ତି। କିନ୍ତୁ ତାଙ୍କ ବଡ ଭାଇଙ୍କୁ ଚିକିତ୍ସା ପାଇଁ ପ୍ରଶାସନ ମେଡିକାଲ ପଠାଉନାହିଁ ବୋଲି ଅଭିଯୋଗ ହୋଇଛି।
ଗତ ଜାନୁଆରୀ ମାସରେ ଭାସ୍କର ବିବାହ କରିଥିଲେ। ସ୍ୱାମୀକୁ ହରାଇ ତାଙ୍କ ସ୍ତ୍ରୀ ଭାଙ୍ଗି ପଡ଼ିଛନ୍ତି। ମୃତକଙ୍କ ସ୍ତ୍ରୀଙ୍କୁ ଚାକିରି ଦେବା ଓ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।
The post ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ, ଗତ ବର୍ଷ ବାହା ହୋଇଥିଲେ appeared first on Odisha Reporter.
from Odisha Reporter https://ift.tt/2ZXOT0S
No comments:
Post a Comment