ଝାରସୁଗୁଡ଼ା (ଭାଗିରଥୀ ସାହୁ): କୋଭିଡ୍ କଟକଣା ନିୟମ ଭାଙ୍ଗିବା ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ରାଉରକେଲାରୁ ଆସିଥିବା ଏକ ଘରୋଇ ବସ୍କୁ ଜବତ କରାଯାଇଛି। ଏହି ବସ୍କୁ ଝାରସୁଗୁଡ଼ାର ବ୍ରଜରାଜନଗର ଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରାଯାଇଛି। ଏନେଇ ଗାଡ଼ି ମାଲିକଙ୍କ ବିରୋଧରେ ଏକ ମାମଲା ଦାଏର କରାଯାଇଥିବା କୋଭିଡ୍ ମାଜିଷ୍ଟ୍ରେଟ ଗୋଲକ ବିହାରୀ ମଙ୍ଗରାଜ ସୂଚନା ଦେଇଛନ୍ତି।
କରୋନା ପାଇଁ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଝାରସୁଗୁଡ଼ା ଜିଲ୍ଲାକୁ ଆସୁଥିବା ବସ୍ ଚଳାଚଳ ବନ୍ଦ ପାଇଁ ଜିଲ୍ଲାପାଳ ଗତ ୨୨ ତାରିଖରେ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ତା’ପର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ରାଉରକେଲାରୁ ଏକ ବସ୍ ବ୍ରଜରାଜନଗର ଆସିଥିଲା।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି। ସେଥିମଧ୍ୟରୁ ୨୦୬ ଜଣ ସୁସ୍ଥ ହୋଇସାରିଲେଣି। ୬୫ ଜଣ ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
The post କୋଭିଡ୍ କଟକଣା ଭାଙ୍ଗି ଆସିଥିବା ବସ୍ ଜବତ appeared first on Odisha Reporter.
from Odisha Reporter https://ift.tt/32NT9BU
No comments:
Post a Comment