ପବନରେ କରୋନା ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମଣ କରିପାରିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ପବନରେ କରୋନା ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମଣ କରିପାରିବ!

ନୂଆଦିଲ୍ଲୀ: ଶତାଧିକ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ମହାମାରୀ କରୋନା ଭାଇରସର ପବନ ଦ୍ୱାରା ବି ଜଣେ ସୁସ୍ଥ ଲୋକଙ୍କୁ ବେଶ ଆରାମରେ ସଂକ୍ରମିତ କରିବାର ପ୍ରମାଣ ମିଳିଛି। ତେଣୁ ସେମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହା ଉପରେ ନୂଆ ସତର୍କ ସୂଚନା ଜାରି କରିବାକୁ ଦାବି କରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ କରୋନା ଭାଇରସ ସାଧାରଣତଃ ନାକ ଓ ମୁହଁରୁ ବାହାରୁ ଥିବା ଡ୍ରପଲେଟ୍‌ ଦ୍ୱାରା ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ତେବେ ଏହା ସେତେବେଳେ ହୋଇଥାଏ ଯେତେବେଳେ ଜଣେ କୋଭିଡ-୧୯ ରୋଗୀ କାଶେ କିମ୍ବା ଛିଙ୍କେ ଓ ଏହାର ସିଧାସଳଖ ସଂସ୍ପର୍ଶରେ ଜଣେ ସୁସ୍ଥ ଲୋକ ଆସେବ।

ଏବେ ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଂଗଠନକୁ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଖୋଲା ଚିଠି ଲେଖିଛନ୍ତି ଯେ ଏକ ଛୋଟିଆ ଡ୍ରପଲେଟ ଦ୍ୱାରା ମଧ୍ୟ ପବନରେ ଭାସି ଜଣେ ସୁସ୍ଥ ଲୋକ କରୋନାରେ ଆକ୍ରାନ୍ତ ହେବାର ପ୍ରମାଣ ମିଳିଛି। କାଶ ଓ ଛିଙ୍କରୁ ବାହାରୁ ଥିବା ବିପୁଳ ପରିମାଣର ଡ୍ରପଲେଟ ହେଉ କିମ୍ବା ଅତି କ୍ଷୁଦ୍ର ଡ୍ରପଲେଟ୍‌ ହେଉ, ଏହା ଗୋଟିଏ ରୁମର ଲମ୍ବ ଯେତିକି ଏହା ସେତେକି ବାଟ ଯାଏ ପବନରେ ଯାଇ ବେଶ ଆରମରେ ଜଣେ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିପାରୁଛି। ତେଣୁ ପବନରେ ମଧ୍ୟ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛି ବୋଲି ସେମାନେ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଆମେ କିଛି ମାସ ହେଲାଣି କରୋନା ପବନ ଦ୍ୱାରା ସଂକ୍ରମିତ ହେଉଛି କି ନାହିଁ, ତା’ର ତର୍ଜମା କରିଥିଲୁ। ହେଲେ ଏଯାଏ ଏନେଇ କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ।

The post ପବନରେ କରୋନା ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମଣ କରିପାରିବ! appeared first on Odisha Reporter.



from Odisha Reporter https://ift.tt/38v00kj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages