ଜଳେଶ୍ୱର(ଅଜିତ ଦାସ):ବାଲେଶ୍ୱର ଜିଲ୍ଲା ବସ୍ତା ପୁଲିସ୍ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ଵର ସଦରଥାନା ଅଞ୍ଚଳର ମନୋଜ କୁମାର ନାଏକ (୨୦),ବାରିପଦା ଟାଉନଥାନା ଅଞ୍ଚଳର ସେକ ସଲିମ (୨୦), ସେକ ସାହିଲ (୧୯) ଏବଂ ଝାଡ଼ଖଣ୍ଡ ଘମରିଆ ଥାନା ଅଞ୍ଚଳର ଏମଡି ଇମତାଜ ଆଲାମ (୨୮ )।
ସୂଚନା ଅନୁସାରେ, ଗତ ୨୬ ତାରିଖ ଦିନ ବସ୍ତା ଥାନା ଅନ୍ତର୍ଗତ ମଥାନି ନିକଟରୁ ଏକ କାର୍ ଚୋରି ହୋଇଥିଲା। ଏନେଇ ଗାଡ଼ି ମାଲିକ ସୁଜିତ ସେନ୍ ବସ୍ତା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଥାନା ଆଇଆଇସିଙ୍କ ନେତୃତ୍ୱରେ ଦୁଇ ଜଣ ଏସ୍ଆଇ ଓ ଚାରିଜଣ କନଷ୍ଟେବଳଙ୍କ ଏକ ଟିମ୍ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ। ଶେଷରେ ଗତକାଲି ଝାଡ଼ଖଣ୍ଡ ଅଞ୍ଚଳରୁ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିସହ ଚୋରି ହୋଇଥିବା ଗାଡ଼ି ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଜଡ଼ିତ ଥିବା ଆଉ ଦୁଇ ଜଣ ଡକାୟତ ଫେରାର ଅଛନ୍ତି। ପୁଲିସ୍ ମେଡିକାଲ ଟେଷ୍ଟ କରିବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି।
The post ୪ ଆନ୍ତଃରାଜ୍ୟ ଡକାୟତ ଗିରଫ appeared first on Odisha Reporter.
from Odisha Reporter https://ift.tt/2D6UAQY
No comments:
Post a Comment