କରୋନା ଭୟ; ୩୧ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାରେ ଜାରି ହେଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 14, 2020

କରୋନା ଭୟ; ୩୧ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାରେ ଜାରି ହେଲା କଟକଣା

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): କରୋନା ସଂକ୍ରମଣ ରୋକିବାକୁ ବୌଦ୍ଧ ଜିଲ୍ଲାରେ ଆଜିଠୁ କେବଳ ସକାଳ ୭ଟାରୁ ଦିନ ୨ଟା ଯାଏ ସମସ୍ତ ଦୋକନ ବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସାମାଜିକ ଦ୍ୱରତ୍ୱ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏମିତିକି ଅପରାହ୍ଣ ୨ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହି ନିୟମ ଜୁଲାଇ ୩୧ ତାରିଖ ଯାଏ ବଳବତ୍ତର ରହିବ। ଯଦି କେହି ନିୟମ ଭଙ୍ଗ କରନ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୌଦ୍ଧ ଏସ୍‌ପି ବି ରଘୁନାଥ ରାଓ କହିଛନ୍ତି।

ଗତକାଲି ଜିଲ୍ଲାରେ ଆଉ ନୂଆ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୬ ଜଣ ଆକ୍ରାନ୍ତ ଲୋକାଲ୍ କେସ୍‌ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଘୋଷିତ ଅଞ୍ଚଳରେ ଦୋକାନ ବଜାର ୭୨ ଘଣ୍ଟା ବନ୍ଦ ରଖାଯିବ ବୋଲି କୁହାଯାଇଛି। ଏହି ସମୟରେ ଲୋକେ ଯେପରି ବାହାରକୁ ନ ବାହାରିବେ ଆଉ ବାହାର ଲୋକେ ଯେପରି ସେହି ଅଞ୍ଚଳକୁ  ନଯିବେ ସେନେଇ ମଧ୍ୟ  ନିର୍ଦ୍ଦେଶନାମା ଜାରି  କରାଯାଇଛି।

The post କରୋନା ଭୟ; ୩୧ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାରେ ଜାରି ହେଲା କଟକଣା appeared first on Odisha Reporter.



from Odisha Reporter https://ift.tt/2OsNB7v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages