ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 14, 2020

ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌

ନୂଆଦିଲ୍ଲୀ: ରାଜସ୍ଥାନ ସରକାରଙ୍କ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ଓ ତାଙ୍କ ସମର୍ଥିତ ବିଧାୟକଙ୍କୁ କଂଗ୍ରେସ ଅଯୋଗ୍ୟ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏମାନେ ଦଳ ବିରୋଧୀ କାମ କରିଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ବିଧାନସଭା ବାଚସ୍ପତି ସିପି ଯୋଶୀ ସମସ୍ତ ୧୯ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍‌ କରିଛନ୍ତି। ଶୁକ୍ରବାର ସୁଦ୍ଧା ଏହାର ଜବାବ ଦେବାକୁ କୁହାଯାଇଛି।

ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କରି କଂଗ୍ରେସ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ କଂଗ୍ରେସ ବେଶ ଆରାମରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିବ ବୋଲି କୁହାଯାଉଛି।

ସଚିନ ପାଇଲଟ ଓ ଅନ୍ୟ ବିଧାୟକମାନଙ୍କୁ ପଠାଯାଇଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ଯେ ଆପଣମାନଙ୍କୁ କ’ଣ ପାଇଁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ? ଆପଣମାନେ ଦୁଇ ଦୁଇଟି କଂଗ୍ରେସ ତରଫରୁ ଡକା ଯାଇଥିବା ବିଧାୟକ ଦଳ ବୈଠକରେ ଯୋଗଦେଇ ନାହାନ୍ତି। ଯଦି ଏବେ ଆପଣମାନେ ନୋଟିସ୍‌ର ଜବାବ ଦେବେନାହିଁ, ତା’ହେଲେ ଆପଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି।

ଅନ୍ୟପକ୍ଷରେ ଦୁଇ ଦିନ ଧରି କଂଗ୍ରେସର ବରିଷ୍ଠ ନେତାମାନେ ବିଦ୍ରୋହୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ତା’ର ଆଇନଗତ ଦିଗ ଉପରେ ଆଲୋଚନା କରିଛନ୍ତି। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଏଆଇସିସି ପର୍ଯ୍ୟବେକ୍ଷକ ଅଜୟ ମାକେନ, ରଣଦୀପ ସୂର୍ଯେୱାଲା ପ୍ରମୁଖ ବରିଷ୍ଠ ଆଇନଜୀବନ ଓ କଂଗ୍ରେସ ନେତାମାନଙ୍କ ସହ ଆଇନଗତ ଦିଗ ଉପରେ ଆଲୋଚନା କରିଛନ୍ତି। ଏହାପରେ ସମସ୍ତଙ୍କୁ ନୋଟିସ ପଠାଯାଇଥିବା ଜଣାପଡ଼ିଛି।

The post ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌ appeared first on Odisha Reporter.



from Odisha Reporter https://ift.tt/3ex8ucd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages