କରୋନା ବାୟୁବାହିତ ବୋଲି ମାନିଲା ହୁ’, ଲୋକେ ଆତଙ୍କିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 8, 2020

କରୋନା ବାୟୁବାହିତ ବୋଲି ମାନିଲା ହୁ’, ଲୋକେ ଆତଙ୍କିତ

ଜେନେଭା: ଦୀର୍ଘ ମାସର ତର୍ଜମା ପରେ ଶେଷରେ ମହାମାରୀ କରୋନା ଭାଇରସ ବାୟୁବାହିତ ବୋଲି ସ୍ୱୀକାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ଏହାର ଅର୍ଥ କରୋନା ଭୂତାଣୁ ବାୟୁ ଦ୍ୱାରା ମଣିଷଙ୍କ ଶରୀରରେ ପ୍ରବେଶ କରିବା ଆଶଙ୍କା ରହିଛି।

ହୁ’ର ଏହି ସୂଚନା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବାୟୁ ଦ୍ୱାରା ଏହା ମଣିଷ ଶରୀରରେ ପ୍ରବେଶ କରିବାର କ୍ଷମତା ରଖିଥିବାରୁ ଏବେ କେମିତି କରୋନାର ମୁକାବିଲା କରାଯିବ ଓ ସୁରକ୍ଷିତ ରହିବାକୁ ପଡ଼ିବ, ସେନେଇ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ବୁଧବାର ‘ହୁ’ କହିଛି ପୂର୍ବରୁ ମହାମାରୀ କରୋନା ଜଣେ ସଂକ୍ରମିତ ଲୋକ କାଶିବା ଓ ଛିଙ୍କିବା ବେଳେ ତାଙ୍କ ଶରୀରୁ ବାହାରୁ ଥିବା ଡ୍ରପଲେଟ୍‌ ସଂସ୍ପର୍ଶରେ ଜଣେ ସୁସ୍ଥ ଲୋକ ଆସିଲେ, ସେ ସଂକ୍ରମିତ ହୋଇଥାଆନ୍ତି। ହେଲେ କରୋନା ବାୟୁ ଦ୍ୱାରା ମଧ୍ୟ ପରିବାହିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

କରୋନା ବାୟୁବାହିତ ବୋଲି ଦାବି କରି ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ହୁ’କୁ ଚିଠି ଲେଖିଥିଲେ। ଏଥିସହ ସେମାନେ ଏହି ମତାମତକୁ ଗ୍ରହଣ କରିବାକୁ ଦାବି ମଧ୍ୟ କରିଥିଲେ। ଶେଷରେ ହୁ’ ସେମାନଙ୍କ ସହ ଏକମତ ହୋଇଛି। ତେବେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକ ରହିଛି ବୋଲି ହୁ’ ପକ୍ଷରୁ କୁହାଯାଇଛି।

ହୁ’ କହିଛି ଯେ ବାୟୁମଣ୍ଡଳରେ ଭାସମାନ ଅବସ୍ଥାରେ ଥିବା କ୍ଷୁଦ୍ର ଜଳକଣିକା ଦ୍ୱାରା ମଧ୍ୟ କରୋନା ଭୂତାଣୁ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରି ତାଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି। ବିଶେଷ କରି ଗହଳି ସ୍ଥାନ, ନିବୁଜ କୋଠରି ଏବଂ ଦୁର୍ବଳ ବାୟୁ ଚଳାଚଳ କରୁଥିବା ସ୍ଥାନମାନଙ୍କରେ କରୋନା ଭୂତାଣୁ ବାୟୁ ଦ୍ୱାରା ଶରୀରକୁ ପ୍ରବେଶ କରିପାରିବ। ତେବେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକ ପ୍ରମାଣ ଆବଶ୍ୟକ।

ପ୍ରମାଣ ମିଳିବା ପରେ ହୁ’ ପକ୍ଷରୁ ପରିବର୍ତ୍ତିତ ଗାଇଡଲାଇନ ଜାରି କରାଯିବ। ଏବେ ଜାରି ରହିଥିବା ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ଜରୁରୀ। କରୋନା ଭୂତାଣୁ ବାୟୁରେ ପରିବାହିତ ହେଉଛି ବୋଲି ପ୍ରମାଣ ମିଳିବା ପରେ ତ୍ରିସ୍ତରୀୟ ମାସ୍କକୁ ବାଧ୍ୟତାମୂଳକ କରାଯାଇପାରେ ବୋଲି ଜଣାପଡ଼ିଛି।

ବାୟୁମଣ୍ଡଳରେ ଭାସୁଥିବା କ୍ଷୁଦ୍ର ଜଳକଣିକା ଶରୀରରେ ପ୍ରବେଶ କଲେ ନାକ, ଗଳା ଓ ଫୁସଫୁସକୁ ଆକ୍ରମଣ କରିଥାଏ। ଏହାଦ୍ୱାରା ନାକାରୁ ପାଣି ବହିବା ସହ ଛିଙ୍କ ହୋଇଥାଏ ଏବଂ ଗଳାରେ କଷ୍ଟ ଅନୁଭବ ହୋଇଥାଏ। ସେହିପରି କିଛି କ୍ଷୁଦ୍ର ଜଳକଣିକା ହାର୍ଟ, କିଡ୍‌ନୀ ଓ ସ୍ନାୟୁକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଆନ୍ତି।

ସାର୍ସ-କୋଭିଡ-୨ ଭାଇରସ ସମଗ୍ର ଶରୀରକୁ କ୍ଷତି ପହଞ୍ଚାଇବାର କ୍ଷମତା ରଖିଛି। ବାୟୁବାହିତ ରୋଗ ସେତେବେଳେ ସଂକ୍ରମଣର ରୂପ ନିଏ, ଯେତେବେଳେ ଜଣେ ବ୍ୟକ୍ତି ଛିଙ୍କିବ, କାଶିବ କିମ୍ବା କଥା କହିବା ବେଳେ ତା’ ପାଟିରୁ ବାହାରୁଥିବା ଡ୍ରପଲେଟ ବାୟୁମଣ୍ଡଳରେ ପ୍ରବେଶ କରିବ।

The post କରୋନା ବାୟୁବାହିତ ବୋଲି ମାନିଲା ହୁ’, ଲୋକେ ଆତଙ୍କିତ appeared first on Odisha Reporter.



from Odisha Reporter https://ift.tt/3iHypBf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages