ଶେଷରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 8, 2020

ଶେଷରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

ଭୋପାଲ: ଶୁକ୍ରବାର ଠାରୁ ଚାଲିଥିବା ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉତ୍ତର ପ୍ରଦେର ଗାଙ୍ଗଷ୍ଟର ତଥା କାନପୁର ଶୁଟଆଉଟ ବେଳେ ୮ ଜଣ ପୁଲିସ୍‌କୁ ହତ୍ୟା କରିଥିବା ବିକାଶ ଦୁବେ ଶେଷରେ ଗିରଫ ହୋଇଛି। ତାକୁ ମଧ୍ୟପ୍ରଦେଶର ଉଜୈନରେ ଥିବା ମହାକାଳ ମନ୍ଦିରରୁ ସ୍ଥାନୀୟ ପୁଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଆସନ୍ତକାଲି ସୁଦ୍ଧା ବିକାଶକୁ ଏସଟିଏଫ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶ ପୁଲିସ୍‌ ବିକାଶକୁ ଉତ୍ତର ପ୍ରଦେଶ ପୁଲିସ୍‌କୁ କୋର୍ଟଙ୍କ ଅନୁମତି କ୍ରମେ ହସ୍ତାନ୍ତର କରିବ।

ଉତ୍ତର ପ୍ରଦେଶ ପୁଲିସ୍‌ ତା’ର ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଥିଲେ ହେଁ ବିସ୍ତୃତ ତଥ୍ୟ ଦେଇନାହିଁ। ଏବେ ତା’କୁ ଉଜୈନରୁ କାନପୁର ଅଣାଯାଉଛି। ଏହାପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତକାଲି ସନ୍ଧ୍ୟାରେ ବିକାଶକୁ ନୋଏଡାରେ ଠାବ କରାଯାଇଥିଲା। ହେଲେ ସେ ପୁଲିସ୍‌କୁ ଚକମା ଦେଖାଇ ମଧ୍ୟପ୍ରଦେଶରେ ପହଞ୍ଚି ଯାଇଥିଲା।

ନୋଏଡାର ଏକ ଟିଭି ଚ୍ୟାନେଲରେ ସେ ଆତ୍ମସମର୍ପଣ କରିବାର ସୂଚନା ମିଳିଥିଲା। କାରଣ ଉତ୍ତର ପ୍ରଦେଶ ପୁଲିସ୍‌ ତା’କୁ ପାଇବା ମାତ୍ରେ ଗୁଳି କରିବାର ଭୟ ତା’କୁ ଘାରିଥିଲା। ତେଣୁ ସେ ଟିଭି ଚ୍ୟାନେଲରେ ହାଜର ହୋଇ ପୁଲିସ୍‌କୁ ଧରା ଦେଇଥାଆନ୍ତା। ଏଥିପାଇଁ ପୁଲିସ୍‌ ନୋଏଡାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା। କିନ୍ତୁ ବିକାଶ ନିଜ ଯୋଜନାରେ ପରିବର୍ତ୍ତନ କରି ଉଜୈନ ଚାଲି ଯାଇଥିଲା।

ସୂତ୍ର ଅନୁସାରେ, ସେ ନିଜେ ହିଁ ତା’ର ଠିକଣା ବିଷୟରେ ମଧ୍ୟପ୍ରଦେଶ ପୁଲିସ୍‌କୁ ସୂଚନା ଦେଇଥିଲା। କାରଣ ମଧ୍ୟପ୍ରଦେଶ ପୁଲିସ୍‌ ତା’କୁ ଏନକାଉଣ୍ଟର କରିବ ନାହିଁ ବୋଲି ସେ ଭଲ ଭାବେ ଜାଣିଥିଲା। ମଧ୍ୟପ୍ରଦେଶ ପୁଲିସ୍‌ ସୂଚନା ପାଇବା ପରେ ମହାକାଳ ମନ୍ଦିରରେ ଥିବା ବିକାଶ ଦୁବେକୁ ଗିରଫ କରିଛି। ଗିରଫ ପରେ ତା’କୁ ରାସ୍ତାରେ ଚଲାଇ ଚଲାଇ ଗାଡ଼ିକୁ ନିଆଯାଉଥିବା ଦୃଶ୍ୟ ସ୍ଥାନୀୟ ସିସିଟିଭରେ କଏଦ ହୋଇଛି।

ଜୁନ୍‌ ୩ ଏନକାଉଣ୍ଟର ପରେ ବିକାଶ ଫେରାର ଥିଲା। ସେ ଓ ତା’ ସହଯୋଗୀମାନେ ଶୁଟ ଆଉଟ ବେଳେ ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏହାପରେ ତାକୁ ଧରିବା ପାଇଁ ୨୦ଟି ଟିମ ଗଠନ କରାଯାଥିଲା। ବିକାଶକୁ ଖୋଜିବା ବେଳେ ଏକାଧିକ ଏନକାଉଣ୍ଟରେ ତା’ର ୩ ଜଣ ସହଯୋଗୀ ପ୍ରାଣ ହରାଇଛନ୍ତି।

ବିକାଶକୁ ମଧ୍ୟ ପୁଲିସ୍‌ ଏନକାଉଣ୍ଟର କରିବା ପାଇଁ ଯୋଜନା କରିଥିଲା। ତା’ ବିଷୟରେ ସୂଚନା ଦେଲେ ୫ ଳକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ମଧ୍ୟ ପୁଲିସ ଘୋଷଣା କରିଥିଲା। ତା’ ଉପରେ ୬୦ରୁ ଅଧିକ ହତ୍ୟା, ଲୁଟ ଓ ଧମକ ଦେଇ ବଟି ଆଦାୟ ଭଳି ମାମଲା ରହିଛି। ପୁଲିସ୍‌ ଠାରୁ ଆରମ୍ଭ କରି ରାଜନୀତିକ ଦଳ ସହ ତା’ର ସମ୍ପର୍କ ଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ଏବେ ସେ ଗିରଫ ହୋଇଥିବାରୁ ସବୁ ଗୁମର ଫିଟିବାର ସମ୍ଭାବନା ସୃଷ୍ଟି ହୋଇଛି।

The post ଶେଷରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ appeared first on Odisha Reporter.



from Odisha Reporter https://ift.tt/320E3bU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages