ବିକାଶ ଦୁବେ ଘଟଣାରେ ଗିରଫ ପୁଲିସ୍ ଅଧିକାରୀଙ୍କୁ ଏନକାଉଣ୍ଟର ଭୟ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

ବିକାଶ ଦୁବେ ଘଟଣାରେ ଗିରଫ ପୁଲିସ୍ ଅଧିକାରୀଙ୍କୁ ଏନକାଉଣ୍ଟର ଭୟ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ ଏସଆଇ କେକେ ଶର୍ମାଙ୍କୁ ଏବେ ଏନକାଉଣ୍ଟରର ଭୟ ଘାରିଛି। ଏଥିପାଇଁ କେକେ ଶର୍ମା ସୁରକ୍ଷା ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଜୁଲାଇ ୨ ତାରିଖରେ ବିକୁର ଗାଁରେ ଲୁଚି ଥିବା ବିକାଶ ଦୁବେକୁ ଧରିବାକୁ ଯାଉଥିଲା।

ଏହାପୂର୍ବରୁ ହିଁ ବିକୁର ପୁଲିସ୍‌ ଷ୍ଟେସନରେ କାର୍ଯ୍ୟ କରୁଥିବା ଏସ୍‌ଆଇ କେକେ ଶର୍ମା ଏ ବାବଦରେ ବିକାଶକୁ ଖବର ଦେଇଥିଲେ। ଯେଉଁଥି ପାଇଁ ବିକାଶ ଦୁବେ ଓ ତା’ର ସହଯୋଗୀମାନେ ୮ ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣା ପରେ ଏସଟିଏଫ ବିକାଶ ଦୁବେ ଓ ତା’ର ସହଯୋଗୀଙ୍କୁ ଏନକାଉଣ୍ଟର କରିଛି।

ଏଥିସହ କେକେ ଶର୍ମାଙ୍କୁ ମଧ୍ୟ ଗିରଫ କରିଛି। ହେଲେ ବିକାଶ ଓ ତା’ ଗ୍ୟାଙ୍ଗର ସଦସ୍ୟମାନଙ୍କ ଭଳି ଏସଟିଏଫ ମଧ୍ୟ କେକେ ଶର୍ମା ଓ ତାଙ୍କ ପତ୍ନୀଙ୍କୁ ଏନକାଉଣ୍ଟର କରିଦେବ ବୋଲି ସେ ଆଶଙ୍କା କରିଛନ୍ତି। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବା ସହ ତାଙ୍କୁ ଏବଂ ତାଙ୍କ ପତ୍ନୀ ବୀନିତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ବିକାଶ ଦୁବେ ସହ ତାଙ୍କର ସମ୍ପର୍କ ଥିବା ଯେଉଁ ଅଭିଯୋଗ ଉଠିଛି, ତା’ର ସିବିଆଇ ତଦନ୍ତ ପାଇଁ ମଧ୍ୟ ସେ ଦାବି କରିଛନ୍ତି।

କେକେ ଶର୍ମାଙ୍କ ବ୍ୟତୀତ ଛାଉବେୟପୁର ଏସ୍‌ଏଚ୍‌ଓ ବିନୟ ତିୱାରୀଙ୍କୁ ମଧ୍ୟ ପୁଲିସ୍‌ ବିକାଶ ଦୁବେ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ କରିଛି।

The post ବିକାଶ ଦୁବେ ଘଟଣାରେ ଗିରଫ ପୁଲିସ୍ ଅଧିକାରୀଙ୍କୁ ଏନକାଉଣ୍ଟର ଭୟ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ appeared first on Odisha Reporter.



from Odisha Reporter https://ift.tt/3gVTE0G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages