କଣ୍ଟେନମେଣ୍ଟ ଯୋଗୁ ଗାଁକୁ ଆସି ପାରିଲାନି ଆମ୍ୱୁଲାନ୍ସ; ଆଖି ବୁଜିଲା ୭ ବର୍ଷର ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

କଣ୍ଟେନମେଣ୍ଟ ଯୋଗୁ ଗାଁକୁ ଆସି ପାରିଲାନି ଆମ୍ୱୁଲାନ୍ସ; ଆଖି ବୁଜିଲା ୭ ବର୍ଷର ଶିଶୁ

ବାଲିଗୁଡ଼ା (ଅଜିତ ନାୟକ): କଣ୍ଟେନ୍‌ମେଣ୍ଟ୍ ଯୋଗୁ ରାସ୍ତା ବନ୍ଦ ଥିବାରୁ ଗାଁକୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ତେଣୁ ଏକ ୭ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏମିତିକି ଡାକ୍ତରଖାନାରୁ ଘରକୁ ଶବ ଆଣିବା ଲାଗି ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ବି ମିଳିଲା ନାହିଁ। ତେଣୁ ପରିବାର ଲୋକେ ମୃତଦେହକୁ ବାଇକ୍‌ ଯୋଗେ ଘରକୁ ନେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ।

ସୂଚନା ଅନୁସାରେ, ଗତକାଲି ସୁଗଡ଼ବାଡ଼ି ଗାଁର ୭ ବର୍ଷର ବାଳକ ବାଲଙ୍କେଶ୍ୱର ଅସୁସ୍ଥ ହୋଇପଡ଼ିବାରୁ ଆମ୍ବୁଲାନ୍ସକୁ ଡକା ଯାଇଥିଲା। ହେଲେ ଗାଁ ଠାରୁ ୪ କିମି ଦୂର ପାଟୁଳି ଠାରେ ବ୍ଲକ୍ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ପାଇଁ ରାସ୍ତା ବନ୍ଦ କରାଯାଇଥିଲା। ତେଣୁ  ଆମ୍ବୁଲାନ୍ସଟି ସେଠି ଅଟକି ରହିଥିଲା। ଫଳରେ ଘର ଲୋକେ ପୁଅକୁ ଧରି ପାଖାପାଖି ୪ କିଲୋମିଟର ଚାଲି ଚାଲି ଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ଏହାପରେ ତାକୁ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଅଧିକ ଚିକିତ୍ସା ଲାଗି ଫୁଲବାଣୀ ଡାକ୍ତରଖାନାକୁ ରେଫର କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହା ପରେ ଶିଶୁଟିର ଶବକୁ ଘରକୁ ନେବା ଲାଗି ଡାକ୍ତରଖାନା ତରଫରୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ମିଳିଲା ନାହିଁ। ପରେ ପରିବାର ଲୋକେ ବାଇକ୍ ଯୋଗେ ମୃତଦେହକୁ ଘରକୁ ନେଇଥିଲେ।

ସ୍ଥାନୀୟ ପ୍ରଶାସନ ରାସ୍ତା ବନ୍ଦ କରିବା ଯୋଗୁ ଶିଶୁଟିର ଜୀବନ ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ବନ୍ଦ ନଥିଲେ ଠିକ୍‌ ସମୟରେ ଆମ୍ବୁଲାନ୍ସ ଗାଁ ଭିତରକୁ ଆସି ପାରିଥା’ନ୍ତା ବୋଲି ଶିଶୁର ବାପା କହିଛନ୍ତି। ଅନ୍ୟପକ୍ଷରେ ଶିଶୁର ମୃତଦେହ ଆଣିବା ପାଇଁ ମହାପ୍ରୟାଣ ନ ମିଳିବା ଘଟଣା ନେଇ ଡାକ୍ତରଖାନା ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

The post କଣ୍ଟେନମେଣ୍ଟ ଯୋଗୁ ଗାଁକୁ ଆସି ପାରିଲାନି ଆମ୍ୱୁଲାନ୍ସ; ଆଖି ବୁଜିଲା ୭ ବର୍ଷର ଶିଶୁ appeared first on Odisha Reporter.



from Odisha Reporter https://ift.tt/2OkISos

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages