ରାଉରକେଲା(ପବନ ତିୱାରୀ): ରାଉରକେଲା ସରକାରୀ ଡାକ୍ତରଖାନାର ଓପିଡି ଆସନ୍ତା କାଲିଠୁ ବନ୍ଦ ରହିବ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବ।
ଡାକ୍ତରଖାନାରେ ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସଂଖ୍ୟାଧିକ ଷ୍ଟାଫ୍ଙ୍କୁ କ୍ୱାରେଣ୍ଟାଇନ୍ରେ ପଠାଯାଇଛି। ଏନେଇ ଡାକ୍ତରଖାନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଡାକ୍ତରଖାନା ନ ଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ଟ୍ରୋମା ଓ ଏମର୍ଜେନ୍ସି ଓପିଡି ଖୋଲା ରହିବ ବୋଲି ଆରଜିଏଚ୍ ନିର୍ଦ୍ଦେଶକ କହିଛନ୍ତି।
The post କାଲିଠୁ ରାଉରକେଲା ସରକାରୀ ଡାକ୍ତରଖାନା ଓପିଡି ବନ୍ଦ appeared first on Odisha Reporter.
from Odisha Reporter https://ift.tt/3gTsG9V
No comments:
Post a Comment