ମୁମ୍ବାଇ: କରୋନାରେ ଆକ୍ରାନ୍ତଙ୍କ ହୋଇ ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ରଣବୀର କପୁର, ତାଙ୍କ ମା’ ନୀତୁ କପୁର ଓ କରଣ ଜୋହରଙ୍କୁ କରୋନା ହୋଇଥିବା ନେଇ ସୋଶାଲ୍ ମିଡିଆରେ ଏକ ପୋଷ୍ଟ ଦେଖିବାକୁ ମିଳିଛି। ତେବେ ନୀତୁ ଓ ରଣବୀରଙ୍କ ନାଁରେ ଏମିତି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ରିଦ୍ଧିମା କପୁର।
ରଣବୀରଙ୍କ ଭଉଣୀ ରିଦ୍ଧିମା ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଏହା ସଂପୂର୍ଣ୍ଣ ଭାବେ ଏକ ଉଡ଼ା ଖବର। ଲୋକଙ୍କ ଧ୍ୟାନ ନିଜ ଆଡ଼କୁ କରିବା ପାଇଁ ଏମିତି ଖବର ପ୍ରସାର କରାଯାଉଛି। ସେ କହିଛନ୍ତି ଯେ ଏମିତି ଖବର ଲୋକଙ୍କୁ ଦେବା ଆଗରୁ ସତ୍ୟାସତ୍ୟ ଉପରେ ଖୋଳତାଡ଼ କରିବା ଜରୁରୀ। ଏହା ସହିତ ରଣବୀର ଓ ନିତୁଙ୍କୁ କରୋନ ହୋଇଥିବା ନେଇ ଯେଉଁ ବ୍ୟକ୍ତି ଜଣଙ୍କ ସୋଶାଲ୍ ମିଡିଆରେ ସୂଚନା ଦେଇଥିଲେ, ତାଙ୍କ ଫଟୋ ଓ ସେହି ପୋଷ୍ଟକୁ ମଧ୍ୟ ରିଦ୍ଧିମା ଶେଆର୍ କରିଛନ୍ତି।
View this post on Instagram
The post ନୀତୁ ଓ ରଣବୀରଙ୍କୁ କରୋନା ! ରିଦ୍ଧିମା ରଖିଲେ ଉତ୍ତର appeared first on Odisha Reporter.
from Odisha Reporter https://ift.tt/3gPv8hp
No comments:
Post a Comment