ଆଗ୍ରା: ଉତ୍ତର ପ୍ରଦେଶର ଲକ୍ଷ୍ନୌ-ଆଗ୍ରା ଏସ୍କପ୍ରେସ୍ୱେରେ ଆଜି ଭୋର ପ୍ରାୟ ୫ଟା ବେଳେ ଏକ ବସ୍ ଓ କାର୍ ମଧ୍ୟରେ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି।
ବସ୍ଟି କାର୍ଟିକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲ। ପୁଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ବସ୍ଟି ବିହାରର ଦରଭଙ୍ଗାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସ୍ଟି କାର୍କୁ ଧକ୍କା ଦେଇଥିଲା। ଏହା ପରେ ଦୁଇଟି ଯାକ ଗାଡ଼ି ରାସ୍ତା ତଳକୁ ଖସି ଯାଇଥିଲେ।
The post କାର୍କୁ ଧକ୍କା ଦେଲା ବସ୍: ୫ ମୃତ, ୧୮ ଆହତ appeared first on Odisha Reporter.
from Odisha Reporter https://ift.tt/3fHT7iH
No comments:
Post a Comment