ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
4. A 65-year old female of Sundargarh district who was also suffering from Diabetes and Bronchitis.
5. A 39-year old Male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 19, 2020
ପାଞ୍ଚ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ମୃତ ମହିଳାଙ୍କୁ ୭୦ ବର୍ଷ ହୋଇଥିଲା। ସେହିପରି ମୃତ ପୁରୁଷ ଦ୍ୱୟଙ୍କୁ ଯଥାକ୍ରମେ ୩୯ ଓ ୪୪ ବର୍ଷ ହୋଇଥିଲା। ୩୯ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍ରେ ପୀଡ଼ିତ ଥିଲେ। ଏହି ୩ ମୃତ୍ୟୁ ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ରେ ପହଞ୍ଚିଯାଇଛି।
ଏହା ବ୍ୟତୀତ ସୁନ୍ଦରଗଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଫଳରେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି।
ଜଗତସିଂହପୁର ଜିଲ୍ଲାରୁ କରୋନା ଜନିତ ପ୍ରଥମ ମୃତ୍ୟୁ ଘଟିଛି। ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କର ଏଠାରେ ମୃତ୍ୟୁ ଘଟିଛି। ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ।
The post ଆଉ ୫ ମୁଣ୍ଡ ନେଲା କରୋନା appeared first on Odisha Reporter.
from Odisha Reporter https://ift.tt/2ZF9zKU
No comments:
Post a Comment