ବିଲରୁ ମିଳିଲା ନବଜାତ ଶିଶୁ କନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 15, 2020

ବିଲରୁ ମିଳିଲା ନବଜାତ ଶିଶୁ କନ୍ୟା

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ହଟ୍ଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟ ଏକ ବିଲ ଭିତରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଭୋରରେ ସ୍ଥାନୀୟ ଅଞ୍ଚଳର ଲିଲି ନାୟକ ନାମ୍ନୀ ମହିଳା ନିଜ  ବିଲକୁ ଯାଉଥିଲେ। ଏହି ସମୟରେ ଶିଶୁର କାନ୍ଦ ଶୁଣି  ଆଖପାଖ ଜାଗାରେ ଖୋଜାଖୋଜି କରିଥିଲେ। ତେବେ ବିଲରେ ଏକ ଶିଶୁକୁ ଦେଖି଼ ତାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ।  ଏହାପରେ ସେମାନେ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ୧୦୨ ଆମ୍ୱୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ଅନ୍ୟପକ୍ଷରେ ଆଜି ଭୋରରେ ଏକ କାର୍‌ ବିଲ ନିକଟରେ  କିଛି ସମୟ ଅଟକିବା ପରେ ଚାଲି ଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କେହି କାର୍‌ରେ ଶିଶୁ କନ୍ୟାକୁ ଆଣି  ବିଲରେ ପକାଇ ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି।

The post ବିଲରୁ ମିଳିଲା ନବଜାତ ଶିଶୁ କନ୍ୟା appeared first on Odisha Reporter.



from Odisha Reporter https://ift.tt/3j8WFMU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages