ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ମ୍ୟାଟ୍ରିକ୍ ରେଜଲ୍ଟ। ପାସ୍ ହାର ୭୮.୭୬% ରହିଛି। ଗତବର୍ଷ ଠାରୁ ଚଳିତ ବର୍ଷ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତବର୍ଷ ତୁଳନାରେ ପାସ୍ ହାର ବଢ଼ିବା ସହିତ ଶୂନ ରେଜଲ୍ଟ କରିଥିବା ସ୍କୁଲ୍ ସଂଖ୍ୟା ବି କମିଛି। ଏଥର ୩୧ଟି ସ୍କୁଲ୍ରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି। ଗତବର୍ଷ ୮୨ଟି ସ୍କୁଲ୍ର ରେଜଲ୍ଟ ଶୂନ ହୋଇଥିଲା।
ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ମଧ୍ୟ ଅଧିକ ରହିଛି। ମୋଟ ୫,୩୪,୮୪୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୧୫,୩୬୭ ଝିଅ ପାସ୍ କରିଥିବା ବେଳେ ୧,୯୨,୫୦୧ ପୁଅ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୧.୯୮ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୭୭.୮% ରହିଛି।
The post ୩୧ଟି ସ୍କୁଲ୍ରେ ଶୂନ ରେଜଲ୍ଟ appeared first on Odisha Reporter.
from Odisha Reporter https://ift.tt/2DbkQtA
No comments:
Post a Comment