ଗୋଟିଏ ପଡ଼ାରୁ ଚିହ୍ନଟ ହେଲେଣି ୪୩ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ଗୋଟିଏ ପଡ଼ାରୁ ଚିହ୍ନଟ ହେଲେଣି ୪୩ ଆକ୍ରାନ୍ତ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହରର ହାତୀଶାଳ ପଡ଼ାରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ଗୋଟିଏ ପଡ଼ାରୁ କେବଳ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସେମାନେ କିପରି ସଂକ୍ରମିତ ହେଲେ ତାହା ଜଣାପଡ଼ି ନ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ଆଶଙ୍କା ପ୍ରଶାସନର ଚିନ୍ତା ବଢ଼ାଉଛି।

ଗତ ୨୫ ତାରିଖରୁ ଏହି ପଡ଼ାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ଗୋଟିଏ ପରିବାରର ଶ୍ୱଶୁର, ବୋହୂଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇଦିଆଗଲା। ଏହାପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ତନାଘନା। ଏହି ପଡ଼ାକୁ କଣ୍ଟେନମେଣ୍ଟ କରାଯିବା ସହ ଘରକୁ ଘର ବୁଲି ସର୍ଭେ ଆରମ୍ଭ ସହ ନମୁନା ସଂଗ୍ରହ କରାଗଲା। ଫଳରେ ଅଦ୍ୟାବଧୀ ୪୩ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।

ଗତକାଲି ଏହି ପଡ଼ାରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ନେବାକୁ ଆମ୍ବୁଲାନ୍ସ ଆସିଥିବା ବେଳେ ସେମାନେ ଏହାକୁ ବିରୋଧ କରିବାରୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବହୁ ବୁଝାଶୁଝା ପରେ ସେମାନେ ଡାକ୍ତରଖାନା ଯାଇଥିବା ଜଣାଯାଇଛି।

ଏହି ପଡ଼ାର ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ବଲାଙ୍ଗିର ସହର ଭିତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

The post ଗୋଟିଏ ପଡ଼ାରୁ ଚିହ୍ନଟ ହେଲେଣି ୪୩ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/38vxaR4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages