ପୁଣି ଶିର୍ଲା ଜଙ୍ଗଲରେ ଗୁଳିବିନିମୟ; ଜଣେ ନକ୍ସଲ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ପୁଣି ଶିର୍ଲା ଜଙ୍ଗଲରେ ଗୁଳିବିନିମୟ; ଜଣେ ନକ୍ସଲ ନିହତ

ବାଲିଗୁଡ଼ା(ଅଜିତ ନାୟକ): ପୁଣି ଥରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଶିର୍ଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଆଉ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନିହତ ନକ୍ସଲ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ଜଣାପଡ଼ିଛି। ଏହା ସହ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ମଧ୍ୟ ଜବତ ହୋଇଛି।

ଏବେ ବି ସିର୍ଲା ଅଞ୍ଚଳରେ ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ କୁମ୍ୱିଂକୁ ଜୋରଦାର ଚଳାଇଛନ୍ତି। ସୂଚନା ଯୋଗ୍ୟ, ଜୁଲାଇ ୫ ତାରିଖରେ ଶିର୍ଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ଜଣ ନକ୍ସଲ ନିହତ ହୋଇଥିଲେ।

The post ପୁଣି ଶିର୍ଲା ଜଙ୍ଗଲରେ ଗୁଳିବିନିମୟ; ଜଣେ ନକ୍ସଲ ନିହତ appeared first on Odisha Reporter.



from Odisha Reporter https://ift.tt/38yIUSF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages